November 16, 2024

କେନ୍ଦ୍ରାପଡା ମହାବିଦ୍ୟାଳୟଓଡିଆ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନା ଚକ୍ର ଉଦଯାପିତ

Share

 

କେନ୍ଦ୍ରାପଡ଼ା,

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୨୦୦୦ ପରବର୍ତୀ ଓଡିଆ ସାହିତ୍ୟ: ଦିଶା ଓ ଦୃଷ୍ଟି ଶିର୍ଷକ ଏକ ଦ୍ୱିଦିବସୀୟ ଆଲୋଚନାଚକ୍ର ସୋମବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବାଉରୀବନ୍ଧୁ ସାହୁ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଯୋଗଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଉତରପ୍ରଦେଶ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦିପ୍ତିରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଆଲୋଚକ ଭାବେ ଡଃ. ଗିରିଶ ଚନ୍ଦ୍ର ସାହୁ ଓ ଡଃ. ଭୁବନାନନ୍ଦ ସାହୁ ଯୋଗଦେଇଥିଲେ । ଚତୁର୍ଥ ଅଧିବେଶନରେ ପ୍ରଖ୍ୟାତ ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଡଃ. ଜ୍ଞାନୀଦେବାଶିଷ ମିଶ୍ର ଆଲୋଚକ ଭାବେ ଯୋଗଦେଇଥିଲେ । ଉଭୟ ଅଧିବେଶନରେ ପ୍ରବନ୍ଧ ପାଠ କରିଥିଲେ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ, ରାଜେଶ କୁମାର ସେଠୀ. ଡଃ. ଆଶୁତୋଷ ରାଉତ, ଡଃ. ପୁଷ୍ପିତା ଜେନା, ଡଃ. ଜ୍ୟୋତିରଞ୍ଜନ ସାମଲ ଓ ଡଃ. ସନ୍ତୋଷ କୁମାର ପଣ୍ଡା ପ୍ରମୁଖ । ପ୍ରଫେସର ଡଃ. ରାମଚନ୍ଦ୍ର ବେହେରା, ଡଃ. ଅପର୍ଣ୍ଣା ମହାନ୍ତି, ଡଃ. ସେକ ସମସୁର, ନନ୍ଦ କିଶୋର ପରିଡା,ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ମୁଖ୍ୟ ମନିଷାକାନ୍ତୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାନର ଆବାହକ ଡଃ. ଅଜିତ କୁମାର ଦାସ ସୂଚନା ପ୍ରଦାନ ଓ ଅଧ୍ୟାପକ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଂପାନରେ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବହୁ ଅଧ୍ୟାପକ,ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର ଗୋଛାୟତ, ଡଃ. ସଞ୍ଜିବ କୁମାର ମହାନ୍ତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୌରପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ, ରଞ୍ଜିତ କୁମାର ଦାସ,ଓଡିଆ ବିଭାଗର ଅଧ୍ୟାପିକା ସସ୍ମିତା ଅଧିକାରୀ, ଅଧ୍ୟାପକ ପବିତ୍ର କୁମାର ସାହୁ, ଅଧିକାରୀ ନିଲେଶ କୁମାର ଦାସ, ଚନ୍ଦ୍ରକାନ୍ତ ମଲ୍ଲିକ ଓ ଛାତ୍ରଛାତ୍ରୀମାନେ ଏହି ସଂପାନରେ ଉପସ୍ଥିତ ଥିଲେ ।

ରିପୋର୍ଟ – ଗୋକୁଳ