March 1, 2025

ଗ୍ରସିମ୍ କମ୍ପାନୀ ରେ କ୍ଲୋରିନ ଗ୍ୟାସ ସମ୍ପର୍କିତ ମକ୍ ଡ୍ରିଲ କାର୍ଯ୍ୟକ୍ରମ

Share

 

ଗଞ୍ଜାମ= ପ୍ରଦୀପ କୁମାର ପଣ୍ଡା

 

ଜିଲ୍ଲା ପ୍ରଶାସନ ଏବଂ ଗ୍ରାସୀମ କମ୍ପାନୀ ପକ୍ଷରୁ କ୍ଲୋରିନ ଗ୍ୟାସ ଲିକ ସମୟରେ କିଭଳି ଜନଜୀବନ ସୁରକ୍ଷିତ ରହିବ ସେନେଇ ଏକ ମକଡିଲ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା l କମ୍ପାନୀ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ମକଡିଲ କାର୍ଯ୍ୟକ୍ରମରେ ଏଡିଏମ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡେପୁଟି କଲେକ୍ଟର ଅଭିଷେକ ସାହୁ, ଛତ୍ରପୁର ଏଡିସନାଲ ଏସପି ଚିନ୍ମୟ କୁମାର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗଞ୍ଜାମ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ,ୟୁନିଟ ହେଡ଼ ଅଜୟ ଗୁପ୍ତା,ଆଶିଷଣ୍ଟ ଡାଇରେକ୍ଟର ଏଫ ଏଣ୍ଡ ବି ରଞ୍ଜିତ କୁମାର ନାୟକ, ଡିପିଓ ଓସଡ଼ମା ଦେବେନ୍ଦ୍ର ନାୟକ,ଷ୍ଟେଟ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଦୀପକ କୁମାର ସାହୁ, ଆଶିଷଣ୍ଟ ଫାୟାର ଅଫିସର ଧନୁର୍ଜୟ ମଳିକ, ମେଡିକାଲ ଅଫିସର ଡ଼ ହେମନନ୍ଦ ପଣ୍ଡା, ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଗ୍ୟାସ ନିର୍ଗତ ସମୟରେ କିଭଳି ଏହାର ମୁକାବିଲା ହୋଇପlରିବା ତାହା ଡେମୋ କରି ଦେଖାଇଥିଲେ ଗ୍ରାସୀମ କମ୍ପାନୀ କର୍ମଚାରୀ l କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ସେଫିଟରେ କାମ କାମ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ l