ଝଙ୍କଡ଼ ଶାରଳା ପୀଠ ରେ ଜଗନ୍ନାଥ ମହୋତ୍ସବ ର କାର୍ଯ୍ୟାଳୟ ଉଦଘାଟିତ ..

ଜଗତସିଂହପୁର
ତା ୨୮/୨/୨୦୨୫ ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଆସନ୍ତା ମାର୍ଚ୍ଚ ୫ ତାରିଖ ବୁଧବାର ଠାରୁ ମାର୍ଚ୍ଚ ୧୦ ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା , ଜଗନ୍ନାଥ ମହୋତ୍ସବ -୨୦୨୫ ଉପଲକ୍ଷେ , ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ କାର୍ଯ୍ୟାଳୟ ଗତ ଶୁକ୍ରବାର ସନ୍ଧ୍ୟାରେ, ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି । ମାଆ ଶାରଳା ଙ୍କ ପୀଠ ରେ ପ୍ରଥମ ଥର ପାଇଁ, ଏହି ସର୍ବବୃହତ୍ତମ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଏହି ଜଗନ୍ନାଥ ମହୋତ୍ସବ କାର୍ଯ୍ୟାଳୟ ଖୋଲାଯାଇଥିବା ବେଳେ, ସମସ୍ତ ଆଗନ୍ତୁକ, ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ, ମହୋତ୍ସବ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ପାରିବ ବୋଲି, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସୂଚନା ପ୍ରଦାନ କରିଅଛନ୍ତି। ଏହି କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ରେ, ଟ୍ରଷ୍ଟ ର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ , ଜିଲ୍ଲାପରିଷଦ ରବିନାରାୟଣ ସାହୂ , ଆଇନଜୀବି ରଞ୍ଜନ କୁମାର ପଣ୍ଡା , ତ୍ରିଲୋଚନ ରାଉଳ , ସତ୍ୟଭୂଷଣ ଦାସ , ବ୍ରଜ କିଶୋର ମଲ୍ଲିକ, ରମେଶ ଚନ୍ଦ୍ର ରାଉଳ, ଯଶୋବନ୍ତ ରାଉତ , ପ୍ରଶାନ୍ତ କୁମାର ବିଶ୍ବାଳ , ଆଇନଜୀବି ଅମରଜ୍ୟୋତି ସାହୁ , ବିଳାସ ଚନ୍ଦ୍ର ବେହେରା , ରଶ୍ମିରଞ୍ଜନ କୁଅଁର , ଦେବୀ ପ୍ରସାଦ ରାଉଳ , ଦୀପରାଜ ସିଂହ, ସୁରେନ୍ଦ୍ର କୁମାର ପଣ୍ଡା , ଚନ୍ଦନ ରାଉଳ, ସମାଜ ସେବୀ ଅଶୋକ କୁମାର ମହାନ୍ତି,ବାବାଜୀ ସୀତାରାମ ଦାସ ମହାରାଜ, ରଞ୍ଜନ କୁମାର ରାଉଳ , ନୃସିଂହ ଚରଣ ରାଉଳ , ବିଜୟ କୁମାର ରାଉଳ, ନୃସିଂହ, ଲକ୍ଷ୍ମୀ ଧର ମହାପାତ୍ର ଚରଣ ନାୟକ ଓ ସମ୍ପାଦକ କ୍ଷୀରୋଦ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର……।