ଓ଼ ଜେ ୟୁ ରାଜ୍ୟ ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ଙ୍କୁ ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ସମର୍ଦ୍ଧନା

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ପ୍ରେସକ୍ଳବର ଉପସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ପୁନର୍ବାର ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ମହିଳା ଆବାହିକା ଭାବେ ଚୟନ ହୋଇଛନ୍ତି l ଗତ ତିନିବର୍ଷ ତଳେ ସେ ଏହି ପଦବୀରେ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଚୟନ କରିଥିଲେ l ପୁଣି ଭୁବନେଶ୍ୱର ଜୟଦେବ
ଭବନ ରେ ଉକ୍ତ ପଦବୀ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି l ଯାହାକୁନେଇ ସେ ରାଜ୍ୟ ଓ଼ ଜେ ୟୁ ସମସ୍ତ ପଦାଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏନେଇ ଓଜେୟୁ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପଟନାୟକ ଜିଲ୍ଲା କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି l
ଏନେଇ ଗଞ୍ଜାମ ସହରଠାରେ ଏକ ସମର୍ଦ୍ଧନା ସଭା ରେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇଙ୍କ ଅଧ୍ୟକ୍ଷରେ ସୁଶ୍ରୀ ବିଜୟଲକ୍ଷ୍ମୀ ଙ୍କୁ ଗଞ୍ଜାମ ପ୍ରେସକ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ଓ଼ ଉତ୍ତରୀୟ ପ୍ରଦାନ ପୂର୍ବକ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଗଞ୍ଜାମ ପ୍ରେସକ୍ଳବ ଉପଦେଷ୍ଟା ତଥା ଓ଼ ଜେ ୟୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ପ୍ରେସକ୍ଳବ ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ରାକେଶ ରଞ୍ଜନ ଦାସ, କେ. ରାଜନୀକାନ୍ତ ରେଡି, ମିଥୁନ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ l