March 1, 2025

ବ୍ଲାକ୍ ବେଲ୍ଟ୍ ହାସଲ କରି ଚର୍ଚ୍ଚାରେ ଛାତ୍ରୀ ସାଇଶ୍ରୀ

Share

ବୁଗୁଡା : ତା ୨୮/୦୨/୨୫ : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ସ୍ବାଇଁ ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରି ଅଞ୍ଚଳରେ ଚର୍ଚ୍ଚିତ ହେବା ସହ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ଜଣାଯାଇଛି । ସେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବ୍ଲାକ୍ ବେଲ୍ଟ୍ ହାସଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏହି କୃତିତ୍ବର ଅଧିକାରିଣୀ ହୋଇଥିଲେ । ଏଥି ସହ ବ୍ରହ୍ମପୁରଠାରେ ଆୟୋଜିତ ଓପନ୍ ଷ୍ଟେଟ୍ ଟାଏକୋଣ୍ଡୋ ଚମ୍ପିଆନସିପ୍ ସିଜନ-ଫାଇଭରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ ପୂର୍ବକ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । ତାଙ୍କର ଏହି କୃତିତ୍ବ ପାଇଁ ଏଠାକାର ବୁଦ୍ଧଖୋଲ ମହୋତ୍ସବ-୨୦୨୫ରେ ତାଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ବାରା ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, କୋଚ୍ ନିରଞ୍ଜନ ଗୌଡଙ୍କ ଦ୍ବାରା ତାଲିମ ପାଇ ସାଇଶ୍ରୀ ଏହି ବ୍ଲାକବେଲ୍ଟ ହାସଲ କରିବାରେ ବୁଗୁଡା ଅଞ୍ଚଳର ପ୍ରଥମ ବାଳିକା ଭାବେ ବିବେଚିତ ହୋଇଥିବା ଜଣାଯାଇଛି।