ସରପଞ୍ଚ ଭାବେ ନିଜ କାର୍ଯ୍ୟାଳୟ ରେ ଯୋଗଦେଲେ ଗଙ୍ଗାନାରାୟଣପୁର ର ନାଏବ ସରପଞ୍ଚ ନିରୁପମା ଜେନା l

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ର ପୁରୀ ସଦରବ୍ଲକ ନିର୍ବାଚନ ମଣ୍ଡଳୀର ଗଙ୍ଗାନାରାୟଣପୁର ଗ୍ରାମପଞ୍ଚାୟତ ର କଥା l ୨୦୨୨ ପଞ୍ଚାୟତ ନିର୍ବାଚନ ରେ ଗଙ୍ଗାନାରାୟଣପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ନିର୍ବାଚନ ରେ ଅକ୍ଷୟ ଦଳେଇ ଏବଂ ସତ୍ୟନାରାୟଣ ରାଉତଙ୍କ ମଧ୍ୟରେ ନିର୍ବାଚନ ଲଢେଇରେ ସରପଞ୍ଚ ଭାବେ ଅକ୍ଷୟ ଦଳେଇ ନିର୍ବାଚନ ରେ ବାଜିମାତ କରି ତିନିବର୍ଷ କାଳ ସରପଞ୍ଚ ଭାବେ ଦାୟିତ୍ୱ ଲିଭାଇଥିଲେ l କୌଣସି କାରଣ ବଶତଃ ପୁରୀଜିଲ୍ଲା ସିଭିଲ କୋର୍ଟ ଅକ୍ଷୟ ଦଳାଇଙ୍କ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରି ଜାନୁଆରୀ 18, 2025 ରେ ପୁରୀ ଜିଲ୍ଲାପାଳ ଙ୍କୁ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ପୁରୀ ଜିଲ୍ଲାପାଳ ଜାନୁଆରୀ 28 ପର୍ଯ୍ୟନ୍ତ ଏହା ଉପରେ କୌଣସି ଦାୟିତ୍ୱ ନେଇ ନଥିଲେ l ଜାନୁଆରୀ 28 ରେ ପୁରୀ ଜିଲ୍ଲାପାଳ ପୁରୀ ସଦର ବ୍ଲକ ବିଡ଼ିଓଙ୍କୁ ନାଏବ ସରପଞ୍ଚଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ଦେବାପାଇଁ ଚିଠି କରିଥିଲେ l କିନ୍ତୁ ସଦର ବ୍ଲକ ବିଡ଼ିଓ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ l ଏହା ଫଳରେ ପଞ୍ଚାୟତବାସୀଙ୍କ ସହିତ ନାଏବ ସରପଞ୍ଚ ନିରୁପମା ଜେନା, ୱାର୍ଡ ସଭ୍ୟ ଦୁଃଶାସନ କାଣ୍ଡି, ୱାର୍ଡ ସଭ୍ୟ ପ୍ରଫୁଲ ଚନ୍ଦ୍ର ମିଶ୍ର, ୱାର୍ଡ ସଭ୍ୟ ଦିବାକର ସ୍ୱାଇଁ, ୱାର୍ଡ ସଭ୍ୟ ନମିତା ପରିଡା, ୱାର୍ଡ ସଭ୍ୟ ନାରାୟଣ ବାରିକଙ୍କ ସହିତ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଦୁଇ ଦୁଇଥର ସଦରବ୍ଲକ ଘେରାଉ କରିଥିଲେ ମଧ୍ୟ ପୁରୀ ସିଭିଲ କୋର୍ଟ ଏବଂ ଜିଲ୍ଲାପାଳଙ୍କ ନିର୍ଦେଶକୁ ଭୁକ୍ଷେପ କରିନଥିଲେ ସଦର ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ l ଫଳରେ ବିଧାୟକ ସୁନୀଲ କୁମାର ମହାନ୍ତି ଏବଂ ସଦର ବ୍ଲକ ଅଧକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ଦିବାକର ପାତ୍ରଙ୍କ ହସ୍ତକ୍ଷେପ ପରେ ଫେବୃୟାରୀ ୨୭ ତାରିଖରେ ନାଏବ ସରପଞ୍ଚ ନିରୁପମା ଜେନାଙ୍କୁ ବ୍ଲଜ ଉନ୍ନୟନ ଅଧିକାରୀ ସରପଞ୍ଚ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ l ଆଜି ଦିନ ଦଶଟା ରେ ପୂର୍ବତନ ପ୍ରାର୍ଥୀ ସତ୍ୟନାରାୟଣ ରାଉତଙ୍କ ଅଧକ୍ଷତାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପଞ୍ଚାୟତ ସମୁଖରେ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରି ଆଣିଥିଲେ l ନାଏବ ସରପଞ୍ଚ ନିରୁପମା ଜେନା ସରପଞ୍ଚ ଭାବେ ଦାୟିତ୍ୱ ନେବା ପରେ ପଞ୍ଚାୟତ ସମ୍ମୁଖରେ ଥିବା ମହାପୁରୁଷ ସୁବାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ ଏବଂ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ପ୍ରବେଶ କରି ନିଜର ଦାୟିତ୍ୱ ଗ୍ରହଣ କରି ପଞ୍ଚାୟତ ରୁ ଆସିଥିବା ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିଥିଲେ l ମାତ୍ର ଦୁଇବର୍ଷ କାର୍ଯ୍ୟକାଳ ଥିବା ବେଳେ ଦଳଗତ ନିର୍ବିଶେଷରେ ସମସ୍ତ ଦଳର ସଦସ୍ୟଙ୍କୁ ନିଜ ପରିବାର ଭାବି ସମସ୍ତଙ୍କୁ ଉଚ୍ଚିତ ସେବା ଯୋଗାଇଦେବେ ବୋଲି ନୂତନ ସରପଞ୍ଚ ଗଣମାଧ୍ୟମକୁ ସୂଚନା ଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ