April 29, 2026

କରସିଙ୍ଗିରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ 

IMG-20260128-WA0062
Share

 

 

ବୁଗୁଡ଼ା : ତା ୨୮/୦୧/୨୬ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମସ୍ଥ ହାଇସ୍କୁଲ କ୍ରୀଡା ପ୍ରାଙ୍ଗଣରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରସିଙ୍ଗ ପଞ୍ଚାୟତର ଯୁବ ନେତା ନିରଞ୍ଜନ ଗୌଡ଼ ଓ ମଣ୍ଡଳ ସଭାପତି ସୁନୀଲ ପ୍ରଧାନଙ୍କ ମିଳିତ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଦ୍ବୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ମାର୍ଗ ଦର୍ଶନ କରିବା ସହ ସଂଗଠନକୁ ସୁଦୃଢ କରିବା ସକାଶେ ଉତ୍ସାହିତ କରିଥିଲେ। ଏଥି ସହ ମିଶ୍ରଣ ପର୍ବ ଅବସରରେ କରସିଙ୍ଗି ପଞ୍ଚାୟତର ଅନେକ ବ୍ଯକ୍ତି ବିଜେପିରେ ସାମିଲ୍ ହୋଇଥିଲା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପ୍ରଭାକର ପଣ୍ଡା, ଧରଣୀଧର ପଣ୍ଡା, ଗଙ୍ଗାଧର ନାୟକ, କେଦାରନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବିଜେପିର ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ କରସିଙ୍ଗି ଗ୍ରାମରେ ଆରୋଗ୍ୟ ଆୟୁଷ୍ମାନ ମନ୍ଦିର ସାଙ୍ଗକୁ ନାମଯଜ୍ଞ ନିମନ୍ତେ ଶାଲାଘର ଉଦଘାଟନ କାର୍ଯ୍ୟ ମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ସମ୍ପାଦନ ହୋଇଥିଲା ।