May 20, 2025

ସରକାରୀ ପ୍ରାଥମିକ ବିଦ୍ୟାଳୟ, ନାରୀଜଙ୍ଗ, ରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ l

Share

 

ତିର୍ତ୍ତୋଲ

 

ସରିଯାଇଛି ଗଣତନ୍ତ୍ର ଦିବସର ପତାକା ଉତ୍ତୋଳନ କିନ୍ତୁ ଭିତ୍ତିହୀନ ଅଭିଯୋଗ ରେ ଛନ୍ଦି ଦିଆଯାଇଛି ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଙ୍କୁ l ଘଟଣାକ୍ରମରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାମଣ୍ଡଳ ଅଧୀନ ନାରୀଜଙ୍ଗ ସରକାରୀ ବିଦ୍ୟାଳୟ ରେ ସାଧାରଣତନ୍ତ୍ର ଦିବସ ଅବସରରେ ବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରାଯାଇଥିଲା l ବିଦ୍ୟାଳୟ ର ଶିକ୍ଷୟିତ୍ରୀଙ୍କ ଘର ଦୂର ହୋଇଥିବାରୁ, ସନ୍ଧ୍ୟା ୫ଟା ପୂର୍ବରୁ ପତାକା ଖୋଲିବାକୁ ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ କିରଣ ସୁତାରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ l ଯଥା ସମୟରେ ଶ୍ରୀଯୁକ୍ତ ସୁତାର ପତାକା ଖୋଲିଥିବା ବେଳେ, ଏକ ବିବାଦୀୟ ଓ ସଂଗୀନ ଅଭିଯୋଗ ଭିତ୍ତିକ ନ୍ୟୂଜ ଜନୈକ ସାମ୍ବାଦିକ ପ୍ରକାଶ କରି ଥିବାର ସୋସିଆଲ ମିଡିଆରେ ଘୁରି ବୁଲୁଛି l ଅତି ଚମତ୍କାର କଥା ହେଉଛି ଯେ ଯୋଉ ଭଦ୍ରବ୍ୟକ୍ତିଙ୍କ ସାକ୍ଷାତକାର ନେଇ ନ୍ୟୂଜ ପଡିଛି l ତାଙ୍କୁ ମିଥ୍ୟା କହିବାକୁ ସାମ୍ବାଦିକ ଜଣକ ଶିଖେଇଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ ସେଇ ବ୍ୟକ୍ତି ସତ୍ୟାସତ୍ୟ ତଥ୍ୟ ପ୍ରଦାନ କରିଛନ୍ତି l ପରିଚାଳନା କମିଟି ସଭ୍ୟ କିରଣ ସୁତାର ମଧ୍ୟ ସାକ୍ଷାତକାର ରେ ଦର୍ଶାଇ ଛନ୍ତି ଯେ ସେ ନିଜେ ସଠିକ ସମୟରେ ଶିକ୍ଷୟିତ୍ରୀଙ୍କ କଥା ମାନି ପତାକା ଖୋଲିଛନ୍ତି l ଏପରି ଅଭିଯୋଗ କପୋଳକଳ୍ପିତ ଓ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କମିଟି ସଦସ୍ୟ ମତ ଦେବା ସହିତ ବିଦ୍ୟାଳୟ କୁ ବଦନାମ କରିବା କୁ ଏସବୁ କାହାର ହୀନ ଚକ୍ରାନ୍ତ ବୋଲି କହିଥିଲେ l ତେବେ ଏପରି ଭିତ୍ତିହୀନ ଖବର ପ୍ରସାରଣ ରୁ ନିବୃତ ରହିବାକୁ,ସମ୍ପୃକ୍ତ ପ୍ରତିନିଧି କୁ କମିଟି ର ସମସ୍ତ ସଦସ୍ୟ ଦାବୀ କରିଛନ୍ତି l

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….