January 30, 2025
Share

 

 

୧-ଆଜିଠୁ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫, ୨ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା।

 

୨-ଭୁବନେଶ୍ୱର:ଅବସରପ୍ରାପ୍ତ IAS ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର।

 

୩-ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମିଳିଲା ବଡ ଦାୟିତ୍ୱ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପାଇଲେ ନିଯୁକ୍ତି।

 

୪-ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ।

 

୫-ଅବସରପ୍ରାପ୍ତଙ୍କୁ ଦାୟିତ୍ୱ ପରେ ବଢ଼ିଲା ଚର୍ଚ୍ଚା । ସରକାର ବଦଳିଲା, ହେଲେ ବଦଳିଲାନି ଢାଞ୍ଚା ।

 

୬-ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ, ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର।

 

୭-ବାଲେଶ୍ଵର:କଳସ ଶୋଭାଯାତ୍ରାକୁ ଯିବାବେଳେ ଓଲଟିଲା ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର।

 

୮-୮୮%ରେସନ କାର୍ଡ ekyc ଅପଡେଟ ଶେଷ,ହାତରେ ଅଛି ଆଉ ଚାରି ଦିନ।

 

୯-ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: କଟକଣା ଜାରି କଲା ପୁଲିସ କମିଶନରେଟ୍‌,୧୦.୨୫ରୁ ସକାଳ ୧୧.୧୦ ପର୍ଯ୍ୟନ୍ତ

ଏୟାରପୋର୍ଟ ଛକ-ରାଜଭବନ ଛକ-ଜୟଦେବ ବିହାର -ନାଲକୋ ଛକକୁ ଯାନବାହାନ ଚଳାଚଳ ମନା।

 

୧୦-ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ବିକାଶ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର।

 

୧୧-୭ ମାସରେ ୫ଥର ଓଡ଼ିଶା ଆସିଲେଣି ମୋଦୀ, ସକ୍ରିୟ ହେଉଛି ବିଜେପି ସଂଗଠନ।

 

୧୨-ବାଳକୃଷ୍ଣ କୁଅଁର,ସୁନ୍ଦର ନାରାୟଣ ପାତ୍ର,ସୁସମୀ ବଧୂଲିକ ଓ ଜିତ୍ କୁମାର ଜେନା ପାଇବେ ଏବର୍ଷର ସିଭି ରମଣ ପୁରସ୍କାର।

 

୧୩-ପାରାଦୀପ:ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ସମୁଦ୍ର କୂଳ ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ।

 

୧୪-ରାୟଗଡା:ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୯୪ ଲକ୍ଷ ଟଙ୍କା ସହ ୯୩ ଗ୍ରାମ ସୁନା।

 

୧୫- ଜନତା ମଇଦାନରେ ଉତ୍କର୍ଷ ଓଡିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ।ବିଭିନ୍ନ ରାଙ୍କ୍‌ର ୪୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ।

 

୧୬-ବୁମ୍‌ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର, ସ୍ମୃତି ମନ୍ଧାନା ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର।

 

୧୭-ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ହରିୟାଣାର ୬୦୦ ଘରୋଇ ଡାକ୍ତରଖାନା।

 

୧୮-ରାଜକୋଟ: ତୃତୀୟ T20 ଆଜି, ଶୃଙ୍ଖଳା ବିଜୟ ଲକ୍ଷରେ ଭାରତ।

 

୧୯-ପ୍ରୟାଗରାଜରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ୍‌ ଶାହ।ଏଯାଏଁ ପ୍ରାୟ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇସାରିଲେଣି।

 

୨୦-ମିଲ୍କ୍ ମନ୍ତ୍ରକୁ ଅଧିଗ୍ରହଣ କଲା ହଟ୍‌ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ, ଉଚ୍ଚମାନର ଦୁଗ୍ଧ ଜାତୀୟ ଉତ୍ପାଦ ଯୋଗାଇବାରେ କମ୍ପାନିର ଲକ୍ଷ୍ୟ ହେବ ଆହୁରି ସୁଦୃଢ଼।

 

୨୧-ଦେଶର ପ୍ରଥମ ରାଜ୍ୟ ଭାବେ

ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା‌।

 

୨୨-ଦିଲ୍ଲୀ ବୁରାଡୀରେ ଭୂଶୁଡିଲା ୪ ମହଲାକୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି।

 

୨୩-ଦୁନିଆରେ ଚହଳ ପକାଇଲା ଚୀନର DeepSeek AI, ସିଲିକନ୍ ଭ୍ୟାଲିରେ ହଇଚଇ, ଚିନ୍ତାରେ ChatGPT ଏବଂ ଗୁଗଲ Gemini।

 

୨୪-ଦକ୍ଷିଣ ନାଇଜେରିଆ:୧୭ଟି ଗାଡ଼ିକୁ ଧକ୍କା ଦେଲା ଟ୍ୟାଙ୍କର, ଘଟିଲା ବିସ୍ଫୋରଣ; ଜଳିଗଲେ ୧୮।

 

*🙏 ସୁପ୍ରଭାତ 🙏*