November 16, 2024

ତିଳ ସପ୍ତମୀରେ ଶ୍ରୀ ବିରଞ୍ଚି ନାରାୟଣଙ୍କ ରଥ ଯାତ୍ରା

Share

ବୁଗୁଡ଼ା : ତା ୨୮/୦୧/୨୩ : ସ୍ଥାନୀୟ ବିରଞ୍ଚି ନାରାୟଣ
ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହାସମାରୋହରେ
ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ମଙ୍ଗଳ
ଆଳତି ଏବଂ ଅବକାଶ ନୀତି ପରେ ଠାକୁରଙ୍କ ସ୍ବତନ୍ତ୍ର
ବେଶ ଅନୁଷ୍ଠିତ ହୋଇଥୁଲା । ମନ୍ଦିର ପୁରୋହିତ ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ବାବଧାନରେ ଚିନ୍ମୟ ଦାଶ, ଶ୍ରୀକାନ୍ତ ମିଶ୍ର , ସୁବାସ ଦାଶ ଓ ବାବୁ ଦାଶ ପ୍ରମୁଖ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ହୟଶୀର୍ଷ ସୌରଖଣ୍ଡ ବିଧି ଅନୁସାରେ ଏହି ପ୍ରତିଷ୍ଠା ସହ ହୋମ କାର୍ଯ୍ୟ ହୋଇଥିଲ । କର୍ତ୍ତା ରୂପେ ମଠାଧୀଶ ଭକ୍ତିରାମ ଦାସ ଯୋଗଦେଇଥିଲେ । ସନ୍ଧ୍ୟା ଆଳତି ପରେ ମନ୍ଦିର
ପରିସରରେ ଥିବା ବିରଞ୍ଚି ନାରାୟଣଙ୍କ ଚଳନ୍ତି ବିଗ୍ରହକୁ
ରଥରେ ବିଜେ କରାଯାଇଥିଲା । ରଙ୍ଗ ବେରଙ୍ଗର ଆତସବାଜି ସାଙ୍ଗକୁ ଘଣ୍ଟ, ମୃଦଙ୍ଗ ଓ ଶଙ୍ଖ ଧ୍ବନିର ତାଳେ ତାଳେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା।
ସେଠାରେ ଶ୍ରୀବିଗ୍ରହଙ୍କୁ ଭୋଗ ଓ ଆଳତି ଅର୍ପଣ
କରାଯିବା ପରେ ପୁଣି ସ୍ବସ୍ଥାନକୁ ଅଣାଯାଇଥିଲା ।
ପୂଜକ ଉମାକାନ୍ତ ଦାଶ ଓ ବଳରାମ ପାଢୀ ପ୍ରମୁଖ ଏହି
କାର୍ଯ୍ୟରେ ସହଯୋଗ କରିଥିଲେ । ଉକ୍ତ ରଥଯାତ୍ରାରେ
ବହୁ ଜନସମାଗମ ହୋଇଥିଲା ।