November 15, 2024

୭୪ତମ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଶୋଭାଯାତ୍ର ଓ ଆରଡିସି ସମ୍ମୁଖରେ ପ୍ରତିବାଦ ସଭା

Share

 

ବ୍ରହ୍ମପୁର, ତା୨୬/୦୧ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରୁ ଆର ଡି ସି ପର୍ଯ୍ୟନ୍ତ ଶତାଧିକ ଶ୍ରମିକ ଶୋଭାଯାତ୍ରାରେ ଯାଇ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ବ୍ରହ୍ମପୁରଙ୍କ ପ୍ରତିବାଦ ସଭା କରିବା ସହ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ୧୧ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ଏହି ସ୍ମାରକପତ୍ର ରେ ଦର୍ଶାଯାଇଛି ଯେ, ଅନଲାଇନ ବ୍ୟବସ୍ଥା ଶ୍ରମିକ ମହଲରେ ହସ ଫୁଟାଇବ ବଦଳରେ ସରକାରଙ୍କ ଆନ୍ତରିକତା ଅଭାବରୁ ଶ୍ରମିକ ମହଲରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି ବୋଲି ଉଲ୍ଲେଖ ରହିଛି ।

ଅନଲାଇନ ବ୍ୟବସ୍ଥା ପୂର୍ବରୁ ହିତାଧିକାରୀମାନେ ମୃତ୍ୟୁକାଳନୀ ସହାୟତା, ଝିଅ ବିବାହ ସହାୟତା, ପୁଅ ଓ ଝିଅଙ୍କ ଶିକ୍ଷା ସହାୟତା ପାଇଁ ଆବେଦନ କରି ମାସ ମାସ ଧରି ସହାୟତା ପାଇବା ପାଇଁ ଚାତକ ପକ୍ଷି ପରି ଅପେକ୍ଷା କରି ବସିଛନ୍ତି କିନ୍ତୁ ସେମାନଙ୍କ ସହାୟତା ଏବଂ ପଞ୍ଜିକରଣ କ୍ଷେତ୍ରରେ କୌଣସି ତତ୍ପରତା ନାହିଁ। ଗତ ୨୦୨୨ ବିଶ୍ବ ଶ୍ରମିକ ଦିବସରେ ଆରମ୍ଭ ହୋଇଥିବା ଅନଲାଇନ ବ୍ୟବସ୍ଥା ସରଳୀକରଣ ଓ ସୁବ୍ୟବସ୍ଥିତ ଅଭାବରୁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରିଅଛି ବୋଲି ବକ୍ତା ଅଭିଯୋଗ କରିଛନ୍ତିି କୋଠାବାଡି ଓ ଅନ୍ୟାନ୍ୟ ନିର୍ମ।ଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଧୁଆଁବାଣ ସଦୃଶ ହୋଇଛି। ନିର୍ମ।ଣ ଶ୍ରମିକମାନେ ସହାୟତା ପାଇବା ପାଇଁ ଅନ ଲାଇନରେ ଆବେଦନ କରି ମାସ ମାସ ବିତିଗଲେ ସୁଦ୍ଧା ସହାୟତା ମିଳିବା ସାତସପନ ହୋଇଯାଇଛି। ଶିକ୍ଷା ସହାୟତା ଆବେଦନ ଷ୍ଟେଟ ସ୍କଲରାସିପ ପୋର୍ଟାଲ୍ ସହ ଲିଙ୍କ କରି ନିର୍ମାଣ ଶ୍ରମିକଙ୍କୁ ବାସ୍ତବିକ ଅଧିକାର ରୁ ବଞ୍ଚିତ କରାଯାଇଛି ବୋଲି ବହୁ ବକ୍ତା ମତପୋଷଣ କରିଛନ୍ତି ।

ନିର୍ମାଣ ଶ୍ରମିକଙ୍କ କୋଭିଡ ସହାୟତା ରାଶି ପ୍ରଦାନ ପାଇଁ ପ୍ରଥମ କିସ୍ତି ୧୫୦୦ ଟଙ୍କା ଘର ଘର ବୁଲି ପ୍ରଦାନ କରାଗଲା ସେଥିରେ ୪୦ ପ୍ରତିଶତ ଶ୍ରମିକ ଆଜି ସୁଦ୍ଧା ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ତାହାର ହିସାବ ପ୍ରଦାନ କରାଗଲା ନାହିଁ ଏବଂ ୨ୟ କିସ୍ତି ୧୫ ଜୁଲାଇ ୨୦୨୧ ରୁ ଅନଲାଇନରେ ପ୍ରଦାନ କରାଗଲା ସେଥିରେ ମଧ୍ୟ ୩୦ ପ୍ରତିଶତ ବଞ୍ଚିତ ହେଲେ, ହିତାଧିକାରମାନେ ବାରମ୍ବାର ଅଫିସ ଦୌଡି ଗୁହାରି କଲେ ଏ ଅର୍ଥ ଶ୍ରମିକଙ୍କୁ ପ୍ରଦାନ କରାଗଲା ନାହିଁ କିମ୍ବା ସର୍ବସାଧାରଣରେ ହିସାବ ଦିଆଗଲା ନାହିଁ ବରଂ ଏହି ସାଇଟକୁ ବନ୍ଦ କରି ଶ୍ରମିକଙ୍କୁ ପ୍ରତାରଣା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅନେକ ଯୋଜନାକୁ ଅଲିଖିତ ଭାବେ ବନ୍ଦ କରିବା ସହ ଅଲିଖିତ ନିର୍ଦ୍ଦଶେନାମା ଯୋଗୁଁ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କଲ୍ୟାଣବୋର୍ଡ ଭୁଆବୁଲା ଓ ହରିଲୁଟ କେନ୍ଦ୍ର ସ୍ଥଳି ପାଲଟିଯାଇଛି। ମୂଖ୍ୟମନ୍ତ୍ରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି କୋଠାବାଠି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମୃତ୍ୟୁକାଳୀନ, ବିବାହ ଓ ଶିକ୍ଷା ସହାୟତା ପାଇଁ ଆବେଦନ କରି ମାସ ମାସ ଧରି ଅପେକ୍ଷା କରିଥିବା ହିତାଧିକାରୀଙ୍କୁ ୭ ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବା, ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଅଲିଖିତ ନିର୍ଦ୍ଦନୋମା ବଦଳରେ ଏକ ସ୍ଵଷ୍ଟ ନୀତି ପ୍ରଣୟନ, ସମସ୍ତ ସହୟତା ପାଇଁ ଅନଲାଇନ ଆବେଦନର ୩୦ ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ, ନିର୍ମାଣ ଶ୍ରମିକଙ୍କ ପୁଅ, ଝିଅ ମାନଙ୍କ ଶିକ୍ଷା ସହାୟତା ପ୍ରଦାନରେ ଭୁଆବୁଲା ନୀତି ବନ୍ଦ କରି ଷ୍ଟେଟ ସ୍କଲରାସିପ ପୋର୍ଟାଲରେ ଆବେଦନରେ ଶିକ୍ଷା ସହାୟତା ସହ ନିର୍ମାଣ ଶ୍ରମିକଙ୍କ ଶିକ୍ଷା ସହାୟତା କୁ ସୁନିଶ୍ଚିତ କରିବା, ୧୫୦୦ ଟଙ୍କାର କୋଭିଡ ସହାୟତା ୧ମ ଓ ୨ୟ କିସ୍ତି ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରଙ୍କୁ ତୁରନ୍ତ ପ୍ରଦାନ କରାଯାଉ ଏବଂ ବନ୍ଦ ହୋଇଥିବା ସାଇଟକୁ ତୁର ଚାଲୁ କରି ଏହାର ସମସ୍ତ ବିବରଣୀ ସାର୍ବଜନୀନ କରିବା, ରାଜ୍ୟର ଅନେକ ଗାଁ ଓ ପଞ୍ଚାୟତ ସ୍ଥାନିତ ହୋଇନଥିବା ନିର୍ମାଣ ଶ୍ରମିକ ପୋର୍ଟଲକୁ ଅପଡେଟ କରି ଓ୍ବେବ ସାଇଟକୁ ସରଳୀକରଣ ଓ ସୁବ୍ୟବସ୍ଥିତ କରିବା, ବର୍ତ୍ତମାନ ସୁଦ୍ଦା ପଞ୍ଜିକରଣ ହୋଇନଥିବା ରାଜ୍ୟର ସମସ୍ତ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଏବଂ ମନରେଗା ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ କରି ସାମାଜିକ ସୁରକ୍ଷା ବଳୟକୁ ଆଣିବା, ପଞ୍ଜିକରଣ ପାଇଁ ଆବେଦନ କରୁଥିବା ହିତାଧିକାରଙ୍କୁ ୩୦ ଦିନ ମଧ୍ୟରେ ହିତାଧିକାରୀ ପ୍ରମାଣପତ୍ର, ଅନ୍ୟ ଜିଲ୍ଲାରେ ରହି କାମକରୁଥିବା ନିର୍ମାଣ ଶ୍ରମିକ ଯେତେବେଳେ ନିଜ ଜିଲ୍ଲାକୁ ଫେରୁଛନ୍ତି ସେମାନଙ୍କ ପାଇଁ ସ୍ଵାପ୍ ବ୍ୟବସ୍ଥା ପ୍ରଚଳନ କରିବା, ଶ୍ରମିକମାନେ ନିଜର ବିଭିନ୍ନ ସମସ୍ୟାନେଇ କାର୍ଯ୍ୟାଳୟକୁ ଆସିବା ସମୟରେ ସେମାନଙ୍କ ପାଇଁ ହେଳ୍ପ ଡେସ୍କ, ଅପେକ୍ଷା ଗୃହ, ପାନୀୟଜଳ ଓ ଶୌଚାଳୟ ଆଦିର ସୁବ୍ୟବସ୍ଥା, ଅବସରକାଳୀନ ଭତ୍ତା ମାସିକ ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଉ ଏବଂ ନିର୍ମାଣ ଶ୍ରମିକଙ୍କ ପେନସନ୍‌ ଲାଗୁ ଏବଂ ଅବସର ବୟସ ସୀମା ୪୫ ବର୍ଷ କୁ ହ୍ରାସ କରିବା, ସମସ୍ତ ନିର୍ମାଣ ଶ୍ରମିକଙ୍କ ପାଇଁ ଇ.ଏସ୍‌.ଆଇ ବ୍ୟବସ୍ଥା, ସମସ୍ତ ନିର୍ମ।ଣ ଶ୍ରମିକଙ୍କୁ ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ବାସଗୃହ ପାଇଁ ଜମି ଯୋଗାଇବା ସହିତ ଅନ୍ୟୁନ ୩ ଲକ୍ଷ ଟଙ୍କାର ବାସଗୃହ ସହାୟତା ରାଶି ପ୍ରଦାନ କରିବା ଦାବୀନେଇ ଏହି ସ୍ଵାରକପତ୍ର ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ । ମୂଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ଙ୍କ ଜିଲ୍ଲାରେ ଏହି ଭୁଆବୁଲା ଓ ହରିଲୁଟ ନୀତି ଚାଲୁରହିଛି ତେବେ ସାରା ରାଜ୍ୟରେ ସ୍ଥିତି କ’ଣ ଥିବ ତାହା ଅନୁମାନ ସାପେକ୍ଷ । ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଶ୍ରମିକ ସଚେତନତା ସୃଷ୍ଟି ପାଇଁ ୨୬ ଜାନୁଆରୀ ରୁ ୨୬ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଏକମାସ ବ୍ୟାପି ଗାଁ କୁ ଚାଲ ଅଭିଯାନ ଡାକରା ଦେଇଛି । ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଭାପତି କମ୍ରେଡ ଶଙ୍କର ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ଜିଲ୍ଲା ସହ ସମ୍ପାଦିକା ପେଦିନୀ ପାର୍ବତୀ, ନିରଞ୍ଜନ ନାହକ, ଭାଗ୍ୟ ଦାଶ, ତାରିଣୀ ବେହେରା, କେ ଧର୍ମନ୍ଦ୍ରେ, ସନ୍ତୋଷ କୁମାର ବେହେରା, କୁନି ନାୟକ, ଲିଲି ବେହେରା, ତିଳତମା ନାୟକ ଆଦି ନେତୃତ୍ବ ନେଇଥିଲେ।