March 8, 2026

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ

IMG-20251227-WA0101
Share

 

ବୁଗୁଡା : ତା ୨୭/୧୨/୨୫ : ବିଶ୍ବଶାନ୍ତି ତଥା ଜନକଲ୍ୟାଣ ଉଦ୍ଦେଶ୍ୟରେ ବୁଗୁଡା ବ୍ଲକର କରଚୁଲି ଗ୍ରାମରେ ୨୬ ତାରିଖ ଶନିବାର ଦିନଠାରୁ ଶ୍ରୀରାମ ଚରିତ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଏ ନେଇ ଗତ ୨୫ ତାରିଖରେ ଶୁଭାଧିବାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଗହଙ୍ଗୁ ମଠାଧୀଶ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜଙ୍କ ଦ୍ଵାରା ପ୍ରାତଃକାଳୀନ ପୂଜନ ଓ ପାରାୟଣ କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ସନ୍ଧ୍ୟା ସମୟେ ହନୁମାନ ଚାଳିଶା ପାଠ ଓ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେଉଅଛି। ଏଥିରେ ପ୍ରବଚକ ଭାବେ ସ୍ବାମୀ ପରମାନନ୍ଦ ସରସ୍ବତୀ ଓ ପଣ୍ଡିତ ଗୋପାଳ ରାଜଗୁରୁ ଯୋଗ ଦେଇ ସତସଙ୍ଗ ମହିମା, ସତୀ ବିବାହ, ରାମ ଜନ୍ମର କାରଣ, ଅବତାରବାଦ ଆଦି ପ୍ରସଙ୍ଗରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଉକ୍ତ ନବଦିବସୀୟ କାର୍ଯ୍ୟକ୍ରମରେ ଅନ୍ଯତମ ପ୍ରବଚକ ଭାବେ ପୂଜ୍ଯ ସନ୍ଥ ସନ୍ତୋଷ ଚୈତନ୍ୟ ବ୍ରହ୍ମଚାରୀଙ୍କ ଯୋଗଦାନ ନିଶ୍ଚିତ ହୋଇଥିବା ବେଳେ ସାନ୍ଧ୍ଯକାଳୀନ ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ଯକ୍ରମରେ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟୁଛି। କରଚୁଲି ଗ୍ରାମସ୍ଥ ଶ୍ରୀରାମ ଚରିତ ମାନସ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପରିଚାଳନାରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଛି।