ଗଦଗଦା ରାସ୍ତା ଶୋଚନୀୟ ପିକନିକ ଋତୁରେ ହନ୍ତସନ୍ତ ଲୋକ ..
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ୍ ତାମିଙ୍ଗି ଗ୍ରାମ ନିକଟରେ ରହିଛି ଗଦଗଦା ଜଳପ୍ରପାତ । ବର୍ତ୍ତମାନ ପିକନିକ ଋତୁ ଚାଲିଥିବା ବେଳେ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ରେ ରହିଛି ଏହି ସ୍ଥାନ । ହେଲେ ଭଲ ରାସ୍ତା ନ ଥିବାରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗତ ଦୁଇଦିନ ଧରି ଲଘୁଚାପଜନିତ ବର୍ଷାଯୋଗୁଁ ଏହି ମାଟି ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି । ଦୁଇ ଚକିଆ ଯାନ ରେ ବି ଏହି ସ୍ଥାନକୁ ଯିବା କଷ୍ଟକର ହୋଇପଡିଛି । ବହୁ ଦୂର ଦୁରନ୍ତ ରୁ ଗାଡ଼ି ମଟର ନେଇ ପିକନିକ ପାଇଁ ଆସୁଥିବା ଲୋକେ ନ ଜାଣିପାରି ଏହି କାଦୁଅ ରାସ୍ତା ରେ ଫସି ରହୁଥିବା ଦେଖିବାକୁ ମିଳିଛି । ଫଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ । ତେଣୁ ବ୍ଲକ୍ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ମରାମତି କରିବା କୁ ଦାବି ହେଉଛି ।