October 5, 2024

ଉମରକୋଟ ପ୍ରିମିୟର ଲିଗ ଡିସେମ୍ବର ୧୫ ରୁ ଆରମ୍ଭ, ଫାଇନାଲ ୨୪ ରେ

Share

ଉମରକୋଟ ପ୍ରିମିୟର ଲିଗ ଡିସେମ୍ବର ୧୫ ରୁ ଆରମ୍ଭ, ଫାଇନାଲ ୨୪ ରେ

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ବହୁ ଚର୍ଚ୍ଚିତ ଉମରକୋଟ ପ୍ରିମିୟର ଲିଗ୍ ୨୦୨୩ ଆସନ୍ତା ଡିସେମ୍ବର ୧୫ ରୁ ଆରମ୍ଭ ହେବ। ଏଥି ନେଇ ଏକ ପ୍ରସ୍ତୁତି ବୈଠକ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇ ଥିଲା। ସହର ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି, ଯୁବକ ଓ ଖେଳାଳି ମାନେ ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ଉପ ନଗରପାଳ ସୁଧାଂଶୁ ଦାସ ସଭାପତି ଭାବେ ମନୋନୀତ ହେଇ ଥିବା ବେଳେ ଉପ ସଭାପତି ଭାବରେ ଚନ୍ଦନ କୁମାର ବେହେରା, ସଂପାଦକ ଭାବେ ଅଭିଳାଷ ପଟନାୟକ,ସହ ସଂପାଦକ ଭାବେ ନରେନ୍ଦ୍ର ନାୟକ ଓ କୋଷ। ଦକ୍ଷ ଭାବେ ତପନ ପାତ୍ର ମୋନାନିତ ହେଇଛନ୍ତି। ସେହି ପରି ଉପଦେଷ୍ଟା କମିଟିରେ
ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ଓକିଲ ସଂଘ ର ସଭାପତି ପ୍ରଶାନ୍ତ କୁମାର ସାହୁ, ଦୁର୍ଗା ପ୍ରସାଦ ମଲିକ, କେ. ଟି ଝିଲାନୀ, ସଲିମ ରାଠୋର ମନୋନୀତ ହେଇଛନ୍ତି। ସୋସିଆଲ ମିଡିଆରେ ପ୍ରଚାର ପାଈଁ ଲଳିତ ସେଠୀ, ପିଣ୍ଟୁ ବିଷୋୟୀ, ନୋଶନ ଖରା, ବନ୍ତୁ ନାଗ ମନୋନୀତ ହେଇଛନ୍ତି। ମିଡ଼ିଆ ସଂଯୋଜକ ଭାବେ ମଣ୍ଟୁ ଶତପଥି, ହିମାଂଶୁ ଜେନା, ସତ୍ୟ ନାରାୟଣ ରାଉତ, କୁନା ସାହୁ ଓ ଜିତେନ୍ଦ୍ର ଦାସ ମନୋନୀତ ହେଇଛନ୍ତି। ସାଂସ୍କୃତିକ ସଂଯୋଜକ ଭାବେ ଚନ୍ଦନ। ମଲିକ, ନିଲମ
ଜରିଜନ ଓ ସରୋଜିନୀ ଶବର ପ୍ରମୁଖ ମନୋନୀତ ହେଇ ଛନ୍ତି।ଚଳିତ ବର୍ଷ ମୋଟ ୧୬ ଟି ଟିମ ଓରିଶା, ଛତିଶ ଗଡ଼, ଆନ୍ଧ୍ର ପ୍ରଦେଶ ଓ ମଧ୍ୟ ପ୍ରଦେଶ ରୁ ଅଂଶ ଗ୍ରହଣ କରୁଛନ୍ତି। ଡିସେମ୍ବର ୧୫ ରେ ଆରମ୍ଭ ହେବ ଓ ୨୪ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଭାପତି ସୁଧାଂଶୁ ଦାସ ସୁଚନା ଦେଇଛନ୍ତି। ପ୍ରଥମ ଦିନ ଗୋଟାଏ ମ୍ୟାଚ୍ ଖେଳାଯିବ ଓ ଅନ୍ୟ ଦିନରେ ୨ ଟା ମ୍ୟାଚ୍ ଖେଳାଯିବ। ନକ୍ ଆଉଟ ଆଧାର ରେ ହେଉଥିବା ଏହି ଖେଳ ରେ ୧୫ ଓଭର ମ୍ୟାଚ୍ ଖେଳାଯିବ ଓ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୨୦ ଓଭର ବିଶିଷ୍ଟ ହେବ। ବିଜୟୀ ଦଳ କୁ ୭୭,୭୭୭ ଟଂକା ଓ ରନରସ ଦଳକୁ ୬୬,୬୬୬ ଟଙ୍କା ଓ ମ୍ୟାନ ଅଫ ସିରିଜ ଖେଳାଳି କୁ ୧୫,୧୫୧ ଟଂକା ନଗଦ ରାଶି ପ୍ରଦାନ କରାଯିବା ନେଇ ନିଷ୍ପତି ହେଇଛି। ସାଧାରଣ ଜନତା ଯିଏ ଷ୍ଟାଡିୟମ କୁ ଆସି ଖେଳ ଦେଖିବାରେ ବଂଚିତ ହେବେ ସେଥି ନେଇ ମୋବାଇଲ୍ ରେ ଖେଳ ର ୪ କେ ରେ ଲାଇଭ ପ୍ରସାରଣ କରାଯିବ ବୋଲି ଶ୍ରୀ ଦାସ ସୁଚନା ପ୍ରଦାନ କରୁଛନ୍ତି।