October 7, 2024

ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଟି ପୂଜା କାର୍ଯକ୍ରମ ଅନୁଷ୍ଠିତ।

Share

ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଟି ପୂଜା କାର୍ଯକ୍ରମ ଅନୁଷ୍ଠିତ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଆଜି ତା:27:10:2023 ରିଖ ଶୁକ୍ରବାର ଦିନ ଉମରକୋଟ ଭାରତୀୟ ଜନତା ଦଳ ପକ୍ଷରୁ ମାଟି ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା ।ସ୍ମରଣ ଥାଉକି ଯେ ବିଗତ ଦିନରେ ଏହି ମାଟି ଉମରକୋଟ ନିର୍ବା ଚନ ମଣ୍ଡଳୀ ର ପ୍ରତ୍ୟେକ ମଣ୍ଡଳ ସ୍ତରର ପଞ୍ଚାୟତ,ଗ୍ରାମ ର ଘରମାନଙ୍କରୁ ଏହି ମାଟି ସଂଗ୍ରହ କରାଯାଇଥିଲା 75 ବର୍ଷ ସ୍ବାଧୀନତା ର ଅମୃତ ମହୋତ୍ସବ ପୂର୍ତ୍ତି ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ କାର୍ଯ୍ୟକ୍ରମ ରେ ଦେଶ ବାସିଙ୍କ ସମୁଖ ରେ ଘୋଷଣା କରିଥିଲେ ।ଦେଶବ୍ୟାପି ଏହି କାର୍ଯ୍ୟକ୍ରମ କରାଯାଇଅଛି “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଭାବେ ଏହାର ଉଦ୍ଦେଶ୍ୟ ମାଟି କୁ ସମ୍ମାନ ସହୀଦ ବୀର ଯବାନଙ୍କୁ ବନ୍ଦନା ଏହି ମାଟି ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ହୋଇ ଦେଶର ରାଜଧାନୀ ଦିଲ୍ଲୀରେ ଯାଇ ପହଞ୍ଚିବ ।ଏହି ମାଟି ରେ ଦିଲ୍ଲୀର କର୍ତ୍ତବ୍ୟପଥ ପାର୍ଶ୍ବରେ ଏକ ଅମୃତ ବାଟିକା ଉଦ୍ୟାନ ତିଆରି ହେବ ଏବଂ ସେଠାରେ 75 ଟି ଦେଶୀୟ ବୃକ୍ଷ ରୋପଣ ହେବ ଏହି ସ୍ଥାନ ଭବିଷ୍ୟତରେ ଦର୍ଶନୀୟ ସ୍ତାନରୁପେ ଦେଶବାସୀଙ୍କ ସ୍ମରଣୀୟ ହେବ ।ଏହି ମାଟି ଆଜି ଉମରକୋଟ ଭାଲୁଗୁଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପୂଜକ ବ୍ରାହ୍ମଣ ପଣ୍ଡିତଙ୍କୁ ଡାକି ବୈଦିକ ରୀତି ଅନୁସାରେ ମାଁ ଭାରତୀଙ୍କ ଫଟୋ ଚିତ୍ର ସମ୍ମୁଖରେ ହମ ଯଜ୍ଞ କରି ପୂଜା କରାଯାଇଥିଲା ଯାହାଦ୍ବାରା ଏକ ପବିତ୍ର ବାତାବରଣ ସୃଷ୍ଟି ହୋଇଥିଲା ଉମରକୋଟ ନିର୍ବା ଚନ ମଣ୍ଡଳୀରୁ ଆସିଥିବା ସମସ୍ତ ମାଟି କଳଶ ର ମାଟି କୁ ଏକତ୍ର କରି ସେହି ମାଟିରୁ କଛି ମାଟି ଦୁଇଟି ପିତଳ କଳଶ ରେ ଭର୍ତ୍ତି କରା ଯାଇ ଗୋଟିଏ ଉମରକୋଟ ଅଞ୍ଚଳର ମାଟି କଳଶ ଅନ୍ୟଟି ରାଇଘର ଅଞ୍ଚଳର ମାଟି କଳଶ ଦୁଇଟି ପୃଥକ୍ ପୃଥକ୍ ପିତଳ କଳଶ ରେ ଭର୍ତ୍ତିକରି ତାକୁ ଆଜି ଦିଲ୍ଲୀ ଅଭିମୁଖେ ପଠାଇବା ବ୍ୟବସ୍ଥା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ସଂଯୋଜକ ସୁରେଶ ଆଚାର୍ଯ୍ୟ,ଜିଲ୍ଲା ସମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ଜୟନ୍ତୀ ମାଝୀ,ନଗର ସଭାପତି ଗୋପୀନାଥ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ନଗର ଉପସଭାପତି ରମେଶ ଦାସ,କୃଷ୍ଣ ସତପଥି,ଅଶୋକ ସାହୁ,ଶଂକର ଡାକୁଆ,ସାନ ଭାଇ,ପୂର୍ଣ୍ଣ ଗଣ୍ଡ,ନିତୁ ଗଣ୍ଡ,ରାମ ଗଣ୍ଡ,ଦୁକାଲୁ ମେହେର,ବାବୁ ଶର୍ମା ପ୍ରମୁଖ ବହୁତ ପୁରୁଷ ଓ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।