July 1, 2024

ବାଇକ କୁ ଧକଦେଲା କାର 2 ଗୁରୁତର 1 ଆହାତ

Share

ବାଇକ କୁ ଧକଦେଲା କାର 2 ଗୁରୁତର 1 ଆହାତ
========================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲ୍ଲୀ ଛକ 16ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଥାନା ସମ୍ମୁଖ ରେ ପୁରୀ ଠାରୁ କେରଳ ଅଭିମୁଖେ ଯାଉଥିବା ଏକ କାର ଓ ଗଞ୍ଜାମ ରୁ 16 ନମ୍ବର ରାଜପଥ ଅପର ପ୍ରଶ୍ୱକୁ ଯାଉଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହାତଙ୍କ ମଧ୍ୟରୁ ଅଗସ୍ତିନୂଆଗାଁ ର ବିଶ୍ୱନାଥ ନାହାକ ଓ ଶିବରାମ ସ୍ୱାଇଁ ଗୁରୁତର ଥିବା ବେଳେ ହରି ନାହାକ ଆହାତ ହୋଇଛନ୍ତି । କେଏ୦୧ ଏମପି -୧୮୯୭ ନଂ କାର ଓଡି୦୭ଏଏସ- ୧୧୧୭ ନଂ ବାଇକକୁ ଧକ୍କା ଦେଇଥିଲା । ଗଞ୍ଜାମ ଥାନାର ଏଏସ୍‌ଆଇ କ୍ଷେତ୍ରମୋହନ ସାହୁ ସହ ଥାନାର ସିପାହୀ ମାନଙ୍କ ସହଯୋଗ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ବିଶ୍ୱନାଥ ଓ ଶିବରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାନେଇ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଥିଲା । ସେହି ରାସ୍ତା ଦେଇ ଗଞ୍ଜାମ ସହରର କିଛି ବୁଦ୍ଧିଜିବି ଓ ଦୁଇ ଗଣମାଧ୍ୟମ ପ୍ରତିନିଧି ବିସ୍ମୟ ଓ ରବୀନ୍ଦ୍ର ଆହତମାନଙ୍କୁ ଉଧାର କରି ମେଡିକାଲ ପଠେଇବା ବ୍ୟବସ୍ତା କରିଥିଲେ l