ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଶାରଦୀୟ ଉତ୍ସବ
ତିର୍ତ୍ତୋଲ ତା ୨୭/୯/୨୦୨୫ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ, ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ , ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ, ଗତ ଶନିବାର ଦିନ ପୂର୍ବାହ୍ନରେ ସାର୍ବଜନୀନ ଶାରଦୀୟ ଉତ୍ସବ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଆଲୋଚକ ଭାବରେ ପରିଷଦ ର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ , ଅସତ୍ୟ ଓ ଅଧର୍ମ ଉପରେ ସତ୍ୟ ଧର୍ମ ନ୍ୟାୟ ର ବିଜୟଉତ୍ସବ କୁ ଦଶହରା ନାମରେ ପାଳନ କରାଯାଇ ଥାଏ । ଏହି ଦିନ ମହାହିଂସା ର ପ୍ରତୀକ ମହିଷାସୁର କୁ ଦୁର୍ଗତି ନାଶିନୀ ମା ଦୂର୍ଗା ବଧ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଆଲୋଚନାରେ ଅଂଶ ଗ୍ରହଣ କରିଥିବା ଅନୁଷ୍ଠାନ ର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା , ଶିକ୍ଷୟତ୍ରୀ ସୁଦେଶ୍ନl ଦାସ, ମୋନାଲିସା ଭଟ୍ଟ , ପ୍ରିୟଙ୍କା ମଣ୍ଡଳ , ମିନତୀ ଦାସ , ପ୍ରିୟଙ୍କା ସେଠୀ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ଦଶହରା ଉତ୍ସବ ର ମହତ୍ତ୍ଵ, ବିଶେଷତ୍ଵ ବିଷୟରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଆଦ୍ୟାସl ସାହୁ, ପ୍ରଭୁପ୍ରାସାଦ, ଆୟୁନସି, ଦେଵାନ୍ସୀ , ଆକଂl ଖ୍ୟା, ଆଦ୍ୟl ସା ପ୍ରିୟଦର୍ଶିନୀ ପ୍ରମୁଖ ବିଦ୍ୟାର୍ଥୀ ମାନେ ବେଶ ପୋଷାକ ପିନ୍ଧି ମହିଷାସୁର ବଧ ନାଟିକା ପରିବେଷଣ କରି, ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ପରିଶେଷରେ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସl ସ ମଲ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
