March 10, 2026

ଗଜପତିରେ ବିଶ୍ବ ପର୍ଯ୍ୟଟନ ଦିବସ-2025 ପାଳନ

IMG-20250927-WA0026
Share

ଆଜି ଗଜପତି ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଗଜପତି ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପରେ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ବୃନ୍ଦ ଓ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଓ ଛାତ୍ରୀଙ୍କୁ ସ୍ବାଗତ କରିବା ସହ ଆଜି ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ତା ସହ ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା ଗଣ୍ଡାହାତୀ ଜଳ ପ୍ରପାତ, ଗୁଦୁଗୁଦା ଜଳ ପ୍ରପାତ, ମାଙ୍କଡ଼ଡିଆଁ ଜଳ ପ୍ରପାତ, ଖସଡ଼ା ଜଳପ୍ରପାତ, ଚନ୍ଦ୍ରଗିରିରେ ଥିବା ତିଦ୍ଦତ ମାନଙ୍କ ଧର୍ମସ୍ଥଳୀ, ବି.ଏନ୍. ପେଲେସ୍ ର ଭିତ୍ତିଭୁମିର ବିକାଶ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡି଼ଶା ସରକାରଙ୍କ ସହାୟତାରେ ଚାଲୁ ରହିଥିବା ପ୍ରକାଶ କରିଥିଲେ ।

ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ର/ଛାତ୍ରୀ ମାନଙ୍କୁ ବିଭିନ୍ନ ଛୁଟି ସମୟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳି କୁ ବୁଲିବାକୁ ଯାଇ ତାହାର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ପର୍ଯ୍ୟଟନ ସ୍ଥଳରେ ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର ନକରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜିର ପଦକ୍ଷେପ ଆଗାମୀ ପିଢୀ ନିମନ୍ତେ ଆଶାର କିରଣ ଆଣିଦେବା ସହ ଏକ ପ୍ଲାଷ୍ଟିକ୍ ମୁକ୍ତ ଦେଶ ପ୍ରତିଷ୍ଠା ହୋଇପାରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ।

ବିଶ୍ବ ପର୍ଯ୍ୟଟନ ଦିବସର ଏହି ବର୍ଷର ବିଷୟ ବସ୍ତୁ ହେଉଛି “ପର୍ଯ୍ୟଟନ ଓ ଏହାର ସ୍ଥାୟୀ ରୂପାନ୍ତର” (Tourism & Sustainable Transformation). ଏହି ବିଷୟବସ୍ତୁ ଉପରେ ସ୍କୁଲ ଓ କଲେଜ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ କୃତି ଛାତ୍ର/ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀଯୁକ୍ତ ପ୍ରମୋଦ ପାଢୀ ଏବଂ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସହାୟକ ଶ୍ରୀ ସୁଧିର କୁମାର ହୋତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।