October 5, 2024

ଗୋପ ରେ ବେଦିକ୍ ଆଗ୍ରୋ ପକ୍ଷରୁ କୃଷିକମାନଙ୍କ ପାଇଁ ଏକ ପରାମର୍ଶ ଶିବିର ଅନୁଷ୍ଠିତ 

Share

 

ଗୋପ,୨୭.୦୭- ଗୋପରେ ଶନିବାର ଅପରାହ୍ନରେ ଜୈବିକ ସାର ପ୍ରସ୍ତୁତକାରୀ ସଂସ୍ଥା ଏସଲିପୀୟସ୍ ୱେଲନେସ ବେଦିକ୍ ଆଗ୍ରୋ ପକ୍ଷରୁ କୃଷି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ରାସାୟନିକ ସାର ପ୍ରୟୋଗ ଦ୍ଵାରା ପରିବେଶ ପଦୂଷଣ ସହ ଜମିର ଉର୍ବରତା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ସହ ରାସାୟନିକ ସାର ପ୍ରୟୋଗ ଦ୍ଵାରା ଖାଦ୍ୟର ଗୁଣ ମାନ କମୁଛି। ଏହାକୁ ଦୃଷ୍ଟିରେ ରଖି ବେଦିକ୍ ଆଗ୍ରୋ କମ୍ପାନୀ ପକ୍ଷରୁ ୪ଟି ଉନ୍ନତ ମାନର ଜୈବିକ ଔଷଧ ବଜାରକୁ ଆସିଛି। ଭୁଭିଟା, ପିଜିପିଆର, ଇକୋ ହରିୟାଲି ଓ ଏଗ୍ରୋ -୯୦ ନାମରେ ଉନ୍ନତ ମାନର ସାର ଓ ଔଷଧ କୁ ବ୍ୟବହାର କଲେ ଜମିରେ ଭିଟାମିନ, ପୁଷ୍ଟିକର ଖାଦ୍ୟ, ମାଇକ୍ରୋ ପୋଷାକ ତତ୍ତ୍ଵ, ଯବକ୍ଷାରଜାନ ବୃଦ୍ଧି, ପୋଟାସିୟମ, ଫସଫରସ, କ୍ୟାଲସିୟମ, ସଲ୍ଫେଟ୍, ଜିଙ୍କ ବୃଦ୍ଧି କରିବା ସହିତ ରୋଗପୋକ ଦମନ, ଜମିର ଉର୍ବରତା ବୃଦ୍ଧି କରି ଅଧିକ ଅମଳ ପ୍ରଦାନ କରେ। ବେଦିକ୍ ଆଗ୍ରୋ ଟୋପାଜ୍ ପ୍ରୋମଟର ମାତୃ ପ୍ରସାଦ ଗିରି ଯୋଗଦେଇ ଉପସ୍ଥିତ ଚାଷୀ ଓ ଡିଲର୍ ମାନଙ୍କୁ ସାର ଓ ଔଷଧର ଉପକାରିତା ଓ ବ୍ୟବହାର ଉପରେ ସୂଚନା ଦେଇଥିଲେ। ଏହି ପରାମର୍ଶ ଶିବିରକୁ ଗୋପ ବ୍ଳକ ବ୍ରୋଞ୍ ପ୍ରମୋଟର ବିରଞ୍ଚି ନାରାୟଣ ମହାନ୍ତି ଓ ପ୍ରମୋଟର ଭାଗ୍ୟଶ୍ରି ମହାନ୍ତି ପରିଚାଳନା କରିଥିଲେ। ଯେଉଁ ଚାଷୀ ଭାଈ ଭଉଣୀ ମାନେ ଏହି ଜୈବିକ ସାର ଓ ଔଷଧର ବ୍ୟବହାର ଓ ବିକ୍ରି କରିବା ପାଇଁ ଇଛୁକ ବ୍ୟକ୍ତିମାନେ ଏହି ନମ୍ବର ରେ ୮୭୬୩୯୩୨୩୩୯ ଓ ୯୩୪୮୨୯୫୧୫୮ ଯୋଗାଯୋଗ କରିପାରିବେ।