October 5, 2024
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଚାନ୍ଦିଲି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ପୁଷ୍ପା ପୂଜାରୀ ଙ୍କ ପିତା ଗୋପାଳ ପୂଜାରୀ ଙ୍କ ଶୁକ୍ରବାର ରାତ୍ର ସାଡ଼େ ଦଶ ଘଣ୍ଟା ସମୟ ରେ ଭୁବନେଶ୍ୱର ଏକ ଘୋରାଇ ହସ୍ପିଟାଲ ରେ ଦେହାନ୍ତ ହୋଇଥିବାର ଜଣାଯାଇଛି. ସ୍ବର୍ଗତ ପୂଜାରୀ ଦେଉଡ଼ା ଗ୍ରାମର ଝାଡେ ସ୍ୱର ମନ୍ଦିର ପୂଜାରୀ ଭାବରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିଲେ. କଂଗ୍ରେସ ପକ୍ଷରୁ ଦୁଇ ଥର ସରପଞ୍ଚ ଚାନ୍ଦିଲି ପଞ୍ଚାୟତ ରେ ଥିଲେ. ତାଙ୍କୁ 58ବର୍ଷ ହୋଇଥିବାର ଜଣା ଯାଇଛି. ଆଜି ସନ୍ଧ୍ୟା ରେ ନିଜ ଗ୍ରାମ ରେ ମର ଶରୀର ପହଞ୍ଚିବା ପରେ ତାଙ୍କ ଶେଷ କୃତ୍ୟ ସମ୍ପନ ହୋଇଥିଲା. ଖବର ପ୍ରସାର ହବା ପରେ କୋଟପାଡ଼ ଏନ ଏ ସି ଚୟାର ମ୍ୟାନ ସଙ୍କର ରାଓ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ପୂର୍ବତନ ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ବାପୁନ ତ୍ରିପାଠୀ. ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ରଞ୍ଜିତ ପଟ୍ଟନାୟକ. କାଳୀ କୃଷ୍ଣ ହୋତା ବୁଟୁନା ମହାପାତ୍ର. ମହମ୍ମଦ ଆସିଫ. ବିନୁ ଜନତା ଦଳର ଯୁବ ନେତା ଶ୍ରୀ ଶିବ ପଟ୍ଟନାୟକ. ବିକ୍ରମ ମାଝୀ. ପଦ୍ମନ ବିଶୋଇ ସରପଞ୍ଚ ଶ୍ରୀ ଦେବ ମାଝୀ. ପୂର୍ଣ୍ଣ ନାୟକ.କାମଲା ପୂଜାରୀ. ବନିତା ମାଝୀ ଙ୍କ ସହ ବହୁ ସରପଞ୍ଚ ଓ ସମିତି ସଭ୍ୟା ସଭ୍ୟା ଏବଂ ଛତିଶ ଗଡ଼ ରାଜ୍ୟ ରୁ ବହୁ ଶିଷ୍ୟ ଙ୍କ ସମେତ ତାଙ୍କ ପରିବାର. ବନ୍ଧୁ ପରିଜନ ଶୋକ ସନ୍ତପ୍ତ ପରିବାର ଙ୍କୁ ସମଵେଦେନା ଜଣାଇ ଥିବା ର ଜଣା ଯାଇଛି.

(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)