November 21, 2024
Share

ମୁଳିସିଂ ଗ୍ରାମପଞ୍ଚାୟତ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
++++++++++++++++++++ ତିର୍ତ୍ତୋଲ :- ବୃକ୍ଷ ହିଁ ଜୀବନ ପ୍ରବାହର ସର୍ବଶ୍ରେଷ୍ଟ ମାଧ୍ୟମ ! ମଣିଷର ଦୈନନ୍ଦିନ ନିଶ୍ୱାସ ପ୍ରଶ୍ୱାସ ର ପ୍ରଗତି ବୃକ୍ଷ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ ! ବର୍ତ୍ତମାନ ସମୟରେ ଯୋଉ ଭଳି ଭାବେ ବୃକ୍ଷ ଛେଦନ କରାଯାଇ ଜଙ୍ଗଲ ନଷ୍ଟ ହେଉଛି ତାର ପ୍ରତ୍ୟେକ୍ଷ କୁ-ପ୍ରଭାବ ଜଳବାୟୁ ନିୟନ୍ତ୍ରଣ ଉପରେ ପଡୁଥିବାର ଅନୁଭବ ସମସ୍ତେ ଉପଲବ୍ଧି କରୁଛନ୍ତି !ତେଣୁ ବୃକ୍ଷ ରହିଲେ ଏ ଜୀବଜଗତ ରହିବ, ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ରୁ ଆମେ ରକ୍ଷା ପାଇବା , ବହୁଔଷଧୀୟ ବୃକ୍ଷ ଦ୍ଵାରା ଆମେ ସମସ୍ତେ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ରୁ ମଧ୍ଯ ମୁକ୍ତି ପାଇପାରିବା । ଏହି ସଚେତନତାର ବାର୍ତ୍ତା ପ୍ରଚାର କରିବା ସଙ୍ଗେ ସଙ୍ଗେ , ସ୍ଥାନୀୟ ଅଧିବାସୀ ମାନଙ୍କୁ ନେଇ , ମୁଳିସିଂ ଗ୍ରାମପଞ୍ଚାୟତ ଅଧିନ କାବଲ ପୁର ଗ୍ରାମ ର ବେଲବଣ ମଠ ଠାରେ , ସରପଞ୍ଚ ସଫି ଆଜମ , ସମିତିସଭ୍ୟ ରଞ୍ଜନ କୁମାର ସାହୁ, ୱାର୍ଡ ସଭ୍ୟ ସ୍ମୃତିରଞ୍ଜନ ରାଉତ, ଅଶୋକ କୁମାର ସ୍ବାଇଁ , କେଶବ ଚନ୍ଦ୍ର ଦାସ , ଯାକେସ ପ୍ରଧାନ, ପ୍ରଫୁଲ୍ଲ ପଣ୍ଡା, ବାୟାଧର ଜେନା ଓ ମାୟାଧର ଦାସ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ବୃକ୍ଷ ରୋପଣର କାର୍ଯ୍ୟକ୍ରମ କରିଥିଲେ ! ସମସ୍ତ ବ୍ୟକ୍ତି ବିଶେଷ ଏହି ଭଳି ବୃକ୍ଷ ରୋପଣ କାର୍ଯ୍ୟ କରିବାକୁ ମଧ୍ୟ ସଚେତନ କରାଇଥିବାର ଦେଖା ଯାଇଥିଲା !

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed