July 3, 2024

କାର୍ଯ୍ୟରତ ମହିଳା ସାମ୍ବାଦିକା ଙ୍କୁ ମରଣାନ୍ତକ ଆକ୍ରମଣ (ଓୟୁଜେ) ତରଫରୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

Share

 

ସମ୍ବଲପୁର ନ୍ୟୁଜ୍ ବ୍ୟୁରୋ; ଖବର ସଂଗ୍ରହ ବେଳେ ରାଜଧାନୀ ଭୁବନେଶ୍ବର ରେ ମହିଳା ସାମ୍ବାଦିକା ଚିନ୍ମୟୀ ସାହୁ ଦୁର୍ବ୍ୟବହାରର ଶିକାର ହୋଇଥିବାରୁ ଓୟୁଜେ ର ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତି ଙ୍କ ନିର୍ଦ୍ଧେଷ ଅନୁସାରେ ସାରା ରାଜ୍ୟ ରେ ଆଜି ପ୍ରତିବାଦ l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ତରଫରୁ ମହିଳା ସାମ୍ବାଦିକା ଚିନ୍ମୟୀ ସାହୁ ଙ୍କ ପ୍ରତି ଦୁର୍ରବ୍ୟବହାର ଓ କୁକୁର ଛାଡି ଚୋବାଇ ମାରିବାକୁ କୁ ନେଇ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ତରଫରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଦିଆଯାଇଛି l ଅଧିକାଂଶ ସମୟରେ ସାମ୍ବାଦିକ ମାନଙ୍କୁ ମାରପିଟ୍ କରି ଦୋଷିମାନେ ଆରାମରେ ରହୁଛନ୍ତି ସେମାନଙ୍କ ଉପରେ କୈଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ସେଥିପାଇଁ ଦୋଷିମାନେ ଦୋଷ କରିବାକୁ ପଛାଉନାହାନ୍ତି l ଏଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରାଯାଇଛି l ଏହି ଦାବି ପତ୍ର ଦେବା ସମୟରେ ଜିଲ୍ଲା ଉପ ସଭାପତି ଦିନେଶ ମାହାନା, ଜିଲ୍ଲା କୋଷାଧ୍ୟକ୍ଷ ହେମନ୍ତ ରାଉତ, ମଳୟ ଭୋଇ, ରେଙ୍ଗାଲି ବ୍ଲକ୍ ସମ୍ପାଦକ ହିମାଂଶୁ ଦାସ , ସୁନିଲ ନାଥ,ମନୋଜ ମୁଦୁଲି ବରିଷ୍ଠ ସାମ୍ବାଦିକ ଦୁର୍ଗା ଶଙ୍ଗର ବାଗ,ପ୍ରମୁଖ ଉପସ୍ଥିତ ଥିଲେ l