July 3, 2024

ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଙ୍କ ରାୟଗଡା ଗସ୍ତ

Share
  1. ରାୟଗଡା : ଓଡିଶା ର ନୂତନ ବିଜେପି ସରକାର ଙ୍କ ପ୍ରଥମ ବିଜେପି ମନ୍ତ୍ରୀ ଭାବେ ପ୍ରଥମ ରାୟଗଡା ଜ଼ିଲ୍ଲା ଗସ୍ତ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓଡିଶା ସରକାର ଗତ କାଲି ରାତ୍ର 11.30 ସମୟରେ ରାୟଗଡା ରେ ପହଂଚିଥିଲେ l ଆଜି ଜ଼ିଲ୍ଲା ବିଜେପି ଅଫିସ ଠାରେ ପହଂଚିବା ପରେ ମନ୍ତ୍ରୀ ପାତ୍ର ଙ୍କୁ ବିଜେପି ର କର୍ମୀ ସ୍ୱାଗତ କରିଥିଲେ l ପରେ ମନ୍ତ୍ରୀ ଭଗବାନ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳ କରିଥିଲେ l ପ୍ରଦୀପ ପ୍ରଯୋଳନ ପରେ ବିଜେପି ର ଜ଼ିଲ୍ଲା ର ବିଭିନ୍ନ ଶାଖା ର କର୍ମକର୍ତା, ବିଭିନ୍ନ ସଂଗଠନ ର କର୍ମକର୍ତା ମାନ ମନ୍ତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଏହି ଅବସରରେ ମନ୍ତ୍ରୀ ମନ୍ତ୍ରୀ ରାୟଗଡା ଜ଼ିଲ୍ଲା ବାସି ଓ ବିଜେପି ର କର୍ମକର୍ତା ଙ୍କୁ ଅଭିନନ୍ଦନ ଜଣାଇଥିଲେ l ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡିଶା ରେ ପ୍ରଥମ ଥର ବିଜେପି ସରକାର ସାଶନ କୁ ଆସିଛି ଓ ସାଶନ ଭାର ଗ୍ରହଣ କରିଛି ଓଡିଶା କୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସଙ୍କଳ୍ପ ନେଇଛି l ଦୀର୍ଘ 10 ବର୍ଷ ପୂର୍ବେ ବିଜେଡି ସରକାର ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମେଗା ଫୁଡ ପାର୍କ ଶୁଭ ଦେଇଥିଲେ ତାହା କାର୍ଯ୍ୟକ୍ଷେମ ନ ହୋଇ କୋମା ରେ ପଡିରହିଛି ତାହାକୁ କିପରିଭାବେ ଚାଲୁକରାଯିବ ସେଥିପାଇଁ ଦୃଷ୍ଟିଦେବି ଓ ନାଗାବଳି ପ୍ଲାନେଟରିୟମ ର ଖୁବ ଶୀଘ୍ର କାର୍ଯ୍ୟକ୍ଷେମ କରାଯିବ ବୋଲି କହିଥିଲେ l ଜ଼ିଲ୍ଲା ର ସମସ୍ତ ଡିଲର ଭାବେ ବିଜେପି ର କର୍ମୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ lଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ରାୟଗଡା ସହର ର ବରିଷ୍ଠ ବିଜେପି ନେତା ଟୁଟୁ ଦାସ ପରିଚାଳନା କରିଥିଲେ l ରାୟଗଡା ଜ଼ିଲ୍ଲା ବିଜେପି ର ବିଷମକଟକ ଓ ରାୟଗଡା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଁଦୃକା ଓ ବସନ୍ତ ଉଲାକା, କୋରାପୁଟ ଲୋକସଭା ପ୍ରାର୍ଥୀ କାଳିରାମ ମାଝୀ, ମଞ୍ଜୁଳା ମିନିୟାକା, ଅର୍ଚନ ବର୍ମା ଶିବାଜୀ ଦାସ ଙ୍କ ସମତେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ l
    ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ