July 3, 2024

ଉମରକୋଟ ଠାରେ ପରିବ। ଦରରେ ନିଆ, ଖାଉଟି ହନ୍ତସନ୍ତ……..

Share

 

ଉମରକୋଟ: – (ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପରିବା ଦରରେ ଅଚାନକ ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟିଙ୍କୁ ହନ୍ତସନ୍ତ ହେବ।କୁ ପଡିଛି। ପରିବା ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଖାଉଟିଙ୍କ ଅ।ର୍ଥିକ ଅଵସ୍ଥା ଉପରେ ବହୁତ ପ୍ରଭାବ ପଡିଛି। ଉମରକୋଟ ବଜାର ରେ ଆଜି ବାଇଗଣ କିଲୋ ପ୍ରତି ଦର ୪୦ ଟଂକା, କୁନ୍ଦୁରୁ ୬୦ ଟଂକା, ଟମାଟୋ ୮୦ ଟଂକା, କାଙ୍କଡ଼ ୮୦ ଟଂକା, କଲର। ୮୦ ଟଂକା, ଲାଉ କିଲୋ ୪୦ ଟଂକା, ପୋଟଳ ୬୦ ଟଙ୍କା, କଞ୍ଚା ମରିଚ ୮୦ ଟଙ୍କା, ଫୁଲ କୋବି ୬୦ ଟଙ୍କା, ଫଳ କୋବି ୬୦ ଟଙ୍କା, ଭେଣ୍ଡି ୬୦ ଟଂକା, ବରବଟି ୬୦ ଟଂକା, ଜହ୍ନୀ ୬୦ ଟଂକା , ବନ୍ଧା କୋବି ୬୦ ଟଂକା, କାକୁଡି ୪୦ ଟଂକା ରହିଛି। ପରିବା ଦର ରେ ଅହେତୁକ ବୃଦ୍ଧି ଜୋଗୁ ଗରିବ ଓ ନିମ୍ନ ବର୍ଗ ର ଖାଉଟି ଙ୍କୁ ପରିବା ବଜାର ରେ ଦେଖିବା କୁ ଆଉ ମିଳୁନି। ପରିବା ର ଦର ବୃଦ୍ଧି ର ମୂଖ୍ୟ କାରଣ ହେଲା ସବୁ ପନିପରିବା ସୁଦୂର ହାଇଦ୍ରାବାଦ, ପୁନେ, ଭୁବନେଶ୍ୱର, ବ୍ରହ୍ମପୁର, ରାୟପୁର, ମାଲକାନଗିରି, ବିଶାଖାପାଟଣା ଇତ୍ୟାଦି ଅଂଚଳ କୁ ବିକ୍ରୀ ହେବା। ପରିବା ଦର ବୃଦ୍ଧି ହେଇଛି କିନ୍ତୁ ଏହାର ଲାଭ ଚାଷୀ ପାଇ ପାରୁନାହିଁ। ଦଲାଲ ଓ ବ୍ୟବସାୟୀ ବିଶେଷ ଲାଭବାନ ହେଇଥିବ।ଜଣା ପଡ଼ିଛି।। ଏହି ଦଲାଲ ଓ ବ୍ୟବସାୟୀ ମାନେ ଚାଷୀ ର ଜମି କୁ ଯାଇ ଅତି ଶସ୍ତ। ଦର ରେ କିଣି ନେଉଥିବା ଜଣେ ଚାଷୀ ପ୍ରକାଶ କରିଛନ୍ତି। ଚାଷୀ ଏହି କଥା ମଧ୍ୟ ଆଜି କହିଛନ୍ତି ଯେ ଆମ ଅଂଚଳ ରେ ତ ଶୀତଳ ଭଣ୍ଡାର ର ସୁବିଧା ନାହି, ବାଧ୍ୟ ହେଇ ଶସ୍ତା ଦର ରେ ପରିବ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛୁ ସଙ୍ଗେ ସଙ୍ଗେ ନଗଦ ମୁଦ୍ରା ମିଳି ଯାଉଥିବା ନେଇ ଖୁସି ଅଛୁ ବୋଲି ପ୍ରକାଶ କରିଛନ୍ତି।