September 21, 2024

ଗୁଣୁପୁର ବ୍ଲକ୍ ରେ ନୂତନ ବିଡ଼ିଓଙ୍କ ଯୋଗଦାନ

Share

ଗୁଣୁପୁର ବ୍ଲକ୍ ରେ ନୂତନ ବିଡ଼ିଓଙ୍କ ଯୋଗଦାନ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ପଞ୍ଚାୟତ ସମିତି ରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶୁଭାଞ୍ଜଳି ପ୍ରଧାନ କାର୍ଯ୍ୟ ରେ ଯୋଗ ଦେଇଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ର କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଯୋଗଦାନ ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇ ପାରିବ ବୋଲି ଅଞ୍ଚଳବାସୀ ବେଶ ଆଶାବାଦୀ ଅଛନ୍ତି ।