September 21, 2024

ନଳକୂପ ଚର୍ତୁପାର୍ଶ୍ବ ପୂତ୍ତିଗନ୍ଧମୟ , ପ୍ରତିକାର ଦାବି

Share

ନଳକୂପ ଚର୍ତୁପାର୍ଶ୍ବ ପୂତ୍ତିଗନ୍ଧମୟ , ପ୍ରତିକାର ଦାବି
ବୁଗୁଡ଼ା : ତା ୨୭/୦୬/୨୩ : ବୁଗୁଡ଼ା ଏନ୍‌ଏସି ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଅରବିନ୍ଦ ନଗର ଚତୁର୍ଥ ଲାଇନରେ ଥିବା ଏକ ନଳକୂପର ଚର୍ତୁପାର୍ଶ୍ବ ପୂତ୍ତିଗନ୍ଧମୟ ଅବସ୍ଥାରେ ଥିବାରୁ ସେଥିରୁ ପାଣି ଆଣିବାକୁ ସାହି ବାସିନ୍ଦା କୁଣ୍ଠାବୋଧ କରୁଛନ୍ତି । ସିମେଣ୍ଟ ଚଉତରା ନ ଥିବାରୁ ନଳକୂପ ମୂଳରେ ପୋଚକା ପାଣି ଜମି ରହିବା ସାଙ୍ଗକୁ ପୋକ ସାଲୁବାଲୁ ହେଉଛନ୍ତି । ନଳକୂପରୁ ମଧୁର ଜଳ ବାହାରୁ ଥିଲେ ମଧ୍ୟ ସେଠାରେ ନାକ ଫଟା ଦୁର୍ଗନ୍ଧ ଯୋଗୁଁ ଲୋକେ ତାହାକୁ ବ୍ଯବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏ ନେଇ ଏନ୍ଏସି କର୍ତ୍ତୃପକ୍ଷ ଏବଂ ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।