September 21, 2024

ଶ୍ରୀ ଜଗନ୍ନାଥ ଭଜନ ସମାରୋହ ଉଦଯାପିତ

Share

ଶ୍ରୀ ଜଗନ୍ନାଥ ଭଜନ ସମାରୋହ ଉଦଯାପିତ
ବୁଗୁଡ଼ା : ତା ୨୭/୦୬/୨୩ : ବୁଗୁଡ଼ା ବଡ଼ଦାଣ୍ଡସ୍ଥିତ
ମାଉସୀ ମା ମନ୍ଦିର ସମ୍ମୁଖରେ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଦିନରୁ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଭଜନ ସମାରୋହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଉତ୍କ ଭଜନ ସମାରୋହକୁ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିଲା ବେଳେ ଏଟିଓ ସୁନନ୍ଦ ଶେଖର ସାହାଣି ଓ ଆଇଆଇସି ଚିତ୍ତ ରଞ୍ଜନ ବେହେରା ଅତିଥ ଭାବେ ଯୋଗ ଦେଇଥିଲେ ।ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସାହୁ , କେଦାର ବେହେରା , ଶଙ୍କର ସେଠୀ , ଗୌରହରି ସାହୁ , ଦିବାକର ମିଶ୍ର , ମନୋଜ କୁମାର ଗୌଡ , କୃଷ୍ଣଚନ୍ଦ୍ର ବିଶ୍ବାଳ , ସୁରେନ୍ଦ୍ର ପାଣି , ଜଗନ୍ନାଥ ପାତ୍ର , ସଞ୍ଜୟ କୁମାର ଷଡଙ୍ଗି , ଜୀବନ ସଂଗ୍ରାମ ହୋତା , ମାନସ ରଞ୍ଜନ ହୋତା, କାଳୁ ଚରଣ ଘଡେଇ , ଶୁଭଶ୍ରୀ ବେହେରା , ଗିତାଞ୍ଜଳୀ ପ୍ରଧାନ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଉକ୍ତ ଅଷ୍ଟ ଦିବସୀୟ କାର୍ଯ୍ୟକ୍ରମକୁ ହରିହର ସ୍ବାଇଁ., ରବିନ୍ଦ୍ର କୁମାର ବେହେରା , ଶୁକୁଟା ଡାକୁଆ ପ୍ରମୁଖ ପରିଚାଳନା କରିଥିଲେ । ପବିତ୍ର ଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ ହୋଇଥିବା ଏହି ଭଜନ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରୋତାଙ୍କ ସମାବେଶ ଦେଖିବାକୁ ମିଳୁଥିଲା ।