March 10, 2026

ଗଜପତିରେ ରକ୍ତଶିକୁଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି : ୧୫ ଶହରୁ ଉର୍ଦ୍ଧ ରୋଗୀ ଚିହ୍ନଟ. ୭୦% ରୋଗୀ ସରକାରୀ ସୁବିଧାରୁ ବଞ୍ଚିତ 

IMG-20250527-WA0037
Share

 

 

ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାରେ ଦିନକୁ ଦିନ ରକ୍ତଶିକୁଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି. ବର୍ତ୍ତମାନ ସୁଦ୍ଧା ଏହି ରୋଗରେ 15 ଶହରୁ ଉର୍ଦ୍ଧ ରୋଗୀ ଚି଼ହ୍ନଟ ହୋଇଛନ୍ତି. ଏହି ରୋଗୀ ମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ରହିଛି. ହେଲେ ଗଜପତି ଜିଲ୍ଲାରେ ମାତ୍ର 30 ଭାଗ ରୋଗୀ ସରକାରୀ ସୁବିଧା ପାଉଛନ୍ତି. ଅପରପକ୍ଷରେ 70 ଭାଗ ରକ୍ତ ହୀନତା ରୋଗୀ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ହୋଇ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ବହୁ ଦୁଃଖ କଷ୍ଟ ପାଉଛନ୍ତି. ଗଜପତି ଜିଲ୍ଲାର ରକ୍ତ ଶିକୁଳି ରୋଗୀଙ୍କ ଅତ୍ୟଧିକ ସଂଖ୍ୟାକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। ଜଟିଳ ସ୍ଥିତି ସୃଷ୍ଟି କଲାଣି ରକ୍ତହୀନତା ରୋଗ ଅହେତୁକ ଭାବେ ବୃଦ୍ଧି ପାଇଛି. ଗଜପତି ଜିଲ୍ଲାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ଵ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୫ ଶହରୁ ଉର୍ଦ୍ଧ ରୋଗୀଙ୍କ ଠାରେ ପଜିଟିଭ୍ ରକ୍ତହୀନତା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଏକ ବଂଶଗତ ରୋଗ ହୋଇଥିବା ବେଳେ ଏହାର ନିରାକରଣ ସହଜ ନୁହେଁ. ଏହା ଦ୍ବାରା ଶରୀରରେ ରକ୍ତହୀନତା ଦେଖାଦେବା ପରେ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି. କେତେକାଶରେ ଅନେକ ରୋଗୀ ଶରୀରରେ ବାରମ୍ବାର ରକ୍ତ ଚଢାଇ ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଥିବା ମଧ୍ୟ ନଜରକୁ ଆସିଛି.

ସରକାରଙ୍କ ପକ୍ଷରୁ ଏଭଳି ରୋଗୀଙ୍କ ପ୍ରତି ଯଥେଷ୍ଟ ଅନୁକମ୍ପା ରହିଛି। ରୋଗୀ ଚିହ୍ନଟ ହେଲେ, ବିନା ମୂଲ୍ୟରେ ରକ୍ତ ପ୍ରଦାନ କରାଯିବା ସହ ଚିକିତ୍ସା ବାବଦକୁ ଆର୍ଥିକ ସହାୟତାର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଜିଲ୍ଲାରେ ମୋଟ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ମାତ୍ର ୩୦୦ ରୋଗୀ ଏହି ସୁବିଧା ସୁଯୋଗ ପାଇପାରୁ ଥିବା ଜଣାପଡ଼ିଛି। ବହୁ ସଂଖ୍ୟକ ରୋଗୀ ସରକାରଙ୍କ ଏହି ସହାୟତାରୁ ବଞ୍ଚିତ ହେଉଛନ୍ତି । ଅନ୍‌ଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇପାରୁ ନଥିବା ଯୋଗୁଁ 70 ରୁ ଉର୍ଦ୍ଧ ଭାଗ ରୋଗୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି. ଜିଲ୍ଲା ପ୍ରଶାସନ ଏବଂ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ରକ୍ତହୀନତା ରୋଗରେ ଆକ୍ରାନ୍ତ ଥିବା ସମସ୍ତ ରୋଗୀକୁ ସରକାରୀ ସୁବିଧା ପ୍ରଦାନ କରନ୍ତୁ ବୋଲି ସର୍ବ ସାଧାରଣରେ ଦାବି ହୋଇଛି .