March 11, 2026

ନୂଆଗଡ଼ ବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

IMG-20230527-WA0012
Share

 

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ବିଜେଡି କର୍ମୀ ସମ୍ମିଳନୀ ଆର. ଉଦୟଗିରି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା।ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସଭାପତିତ୍ୱ କରିଥିଲେ।ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ଉପ-ସଭାପତି ଜେମ୍ସ ରାଇକା ଙ୍କ ସମେତ ବ୍ଲକରେ ଥିବା ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମୀ ଙ୍କ ସମେତ ବ୍ଲକ ସରପଞ୍ଚ ସଂଘର ସଭାପତି ପ୍ରେମା ମାଝୀ ଉପସ୍ଥିତ ଥିଲେ। ନୂଆଗଡ଼ ବ୍ଲକକୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥ ଠିକ ମାର୍ଗରେ ଖର୍ଚ୍ଚ କରିବା ସହ ଲୋକଙ୍କ ନିକଟରେ ତାହାର ସୁଫଳ ଯେପରି ପହଞ୍ଚିବ ତଦାରଖ କରିବା ନିମନ୍ତେ କର୍ମୀ ସମ୍ମିଳନୀରେ ସ୍ଥିର ହୋଇଥିଲା।ଏହା ସହ ଦଳୀୟ କର୍ମୀ ଗାଁ ଗାଁ ବୁଲି ଦଳର ପ୍ରଚାର ସହ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଯେପରି ଲୋକଙ୍କ ନିକଟତମ ହେବ ତାହା ଲୋକଙ୍କୁ ବୁଝାଇବାକୁ ବୈଠକରେ ସ୍ଥିର ହେବା ସହ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ସମସ୍ତ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଥିଲେ।