March 8, 2026
ec431a4b-360a-4a98-8396-0f2909379c69
Share

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପାଲି ଗ୍ରାମରେ ଥିବା ନଳକୂଅଁ ଟି ଆଜକୁ ପ୍ରାୟ ୨୦ ଦିନ ହେଲା ଅଚଳ ହୋଇ ପଡ଼ି ରହିଥିବା ଜଣାପଡିଛି।ଏବଦ ଞ୍ଚଳରେ ଖରାର ପ୍ରକୋପ ହୁ ହୁ ହୋଇ ବଢୁଥିବା ବେଳେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଏହି ନଳକୂପ ଟି ଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରକୁ ପଢି ଆସୁଥିବା ଛୋଟ ଛୋଟ ଛୁଆ ମାନେ ପାଣି ନପାଇବା ହଇରାଣ ହେଉଥିବା ଜଣାପଡ଼ିଛି ‌। ଗ୍ରାମରେ ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ଏହି ନଳକୂପ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।