March 12, 2026

୧୦୦ ଲିଟର ମଦ ଜବତ , ୨୪୦୦ ଲିଟର ପୋଚ ନଷ୍ଟ, ଗିରଫ ଶୂନ 

IMG-20230427-WA0050
Share

ବୁଗୁଡା : ତା ୨୭/୦୪/୨୩ : ବୁଗୁଡ଼ା ଅଞ୍ଚଳରେ ଚୋରାରେ ରନ୍ଧା ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଆଜି ସ୍ଥାନୀୟ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ବ୍ଯାପକ ପରିମାଣର ପୋଚ ନଷ୍ଟ ସହ ରନ୍ଧା ମଦ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ କୌଣସି ବ୍ଯକ୍ତି ଗିରଫ ହୋଇନଥିବା ଜଣାଯାଇଛି । ଏ ନେଇ ଅବକାରୀ ଥାନାରେ କେସ୍ ନଂ ୮/୨୦୨୩-୨୪ ରେ ଏକ ମାମଲା ରୁଜୁ ହୋଇଛି । ପ୍ରକାଶ ଯେ ,ଆଜି ସକାଳେ ଅବକାରୀ ଓ ପୋଲିସ ପ୍ରଶାସନ ପକ୍ଷରୁ ବୁଗୁଡ଼ା ସହରର ବାଲିପିଣ୍ଡି ହରିଜନ ସାହି ନିକଟ ଏକ ପଡିଆ ଠାରେ ଅଚାନକ ଚଢାଉ କରାଯାଇ ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଅବସ୍ଥାରେ ଥିବା ୧୦୦ ଲିଟର ରନ୍ଧା ଦେଶୀ ମଦ ଜବତ ସାଙ୍ଗକୁ ୨୪୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା । ଏଥି ସହ ମଦ ପ୍ରସ୍ତୁତିରେ ବ୍ଯବହୃତ ସାମଗ୍ରୀ ଗୁଡିକୁ ମଧ୍ୟ ଜବତ କରାଯାଇଥିଲା । ଉକ୍ତ ଚଢାଉରେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସମେତ ପୋଲିସ ଏସ୍ଆଇ ସମୀର କୁମାର ସେଠୀ, ଅବକାରୀ ଥାନା ଅଧିକାରୀ ଦେବସ୍ମିତା ନାୟକ ଏବଂ ପୋଲିସ ଓ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ ।

ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି