March 12, 2026

ସିରିଜ୍ ଚୋରି ଅଭିଯୋଗରେ ୨ ଗିରଫ, ଲୁଟ୍ ସାମଗ୍ରୀ ଜବତ

IMG-20230427-WA0008
Share

 

ସିରିଜ ଚୋରି ଅଭିଯୋଗରେ ୨ଜଣ ଚୋରଙ୍କୁ ଗିରଫ କରିବାରେ ନିମଖଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା ।ଗତ କିଛି ଦିନ ଧରି ବ୍ରହ୍ମପୁର ସହର ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହେବା ସହ ୫ଟି ମାମଲା ରୁଜୁ ହୋଇଥିଲା ।ଏହି ଅଭିଯୋଗ ପ୍ରକାରେ ଗତ କିଛି ଦିନ ଧରି ତଦନ୍ତ ଜାରି ରହିଥିବା ବେଳେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ନିମଖଣ୍ଡି ପୋଲିସକୁ ସଫଳତା ମିଳିଛି ।ନିମଖଣ୍ଡି ଥାନା ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ରାମକୃଷ୍ଣ ନଗର ପ୍ରଥମ ଲାଇନର ପଦ୍ମଚରଣ ନାୟକଙ୍କ ପୁଅ ସାନୁ ନାୟକ(୨୩) ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେଲେ ହିଂଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଗଦାଧର ସାହୁଙ୍କ ପୁଅ ସୁଦର୍ଶନ ସାହୁ(୨୪) ।ପୋଲିସ ସେମାନଙ୍କ ନିକଟରୁ ୯ଟି ୱାଟର ମୋଟର ପମ୍ପ,୧ଟି ରୋଷେଇ ଘର ଚିମିନି ଜବତ କରିଛି । ଉକ୍ତ ମାମଲା ଗୁଡ଼ିକର ତଦନ୍ତ ନିମଖଣ୍ଡି ପୋଲିସ କରୁଥିବା ସମୟରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।ସୂଚନା ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ନିମଖଣ୍ଡି ଥାନା ଅଞ୍ଚଳରେ ୱାଟର ମୋଟର ପମ୍ପ,ଇନଭର୍ଟର ବ୍ୟାଟେରୀ,ଇନଭର୍ଟର ମେସିନ୍,ଘରୋଇ ନିର୍ମାଣ ଉପକରଣ, ଇଲେକ୍ଟ୍ରି ଦ୍ୟୁତିତ୍ ଫିଟିଙ୍ଗ୍, ବାଥ୍ ରୁମ୍ ଫିଟିଙ୍ଗ୍ ଉପକରଣ ଇତ୍ୟାଦି ଚୋରି ହୋଇଥିଲା । ସେହି ମାମଲାଗୁଡ଼ିକୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା ଏବଂ ନିମଖଣ୍ଡି ପୋଲିସ ଥାନା କେସ୍ ନଂ ୯୫/୨୩ ୟୁ/ଏସ-୪୫୭/୩୮୦ ଆଇପିସିର ଅଭିଯୁକ୍ତ ସୁଦର୍ଶନ ସାହୁଙ୍କୁ ୪/୪/୨୦୨୩ ରେ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା। ପୁନର୍ବାର ଅଭିଯୁକ୍ତ ସୁଦର୍ଶନ ସାହୁଙ୍କୁ ଦୁଇ ଦିନ ପୋଲିସ ରିମାଣ୍ଡରେ ଆଣି ଅଭିଯୁକ୍ତ ସାନୁ ନାୟକଙ୍କୁ ଗିରଫ କରିଛି । ଯିଏ ଅନ୍ୟମାନଙ୍କ ସହ ଚୋରି କରିଥିବା ସ୍ୱୀକାର କରିଛି ଏବଂ ଉପରୋକ୍ତ ଚୋରି ସାମଗ୍ରୀର ପୁନରୁଦ୍ଧାର କରିଛି ପୋଲିସ ।ଉଦ୍ଧାର ହୋଇଥିବା ସାମଗ୍ରୀ ଗୁଡିକୁ ସଠିକ ଯାଞ୍ଚ ପରେ ଯୋଗ୍ୟ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ତେବେ ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ