ଆରମ୍ଭ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଆରମ୍ଭ ମହୋତ୍ସବ ନିମନ୍ତେ ଆରମ୍ଭ ପରିବାର ର ସଭାପତି ଗୋପାଳ ଖୁଣ୍ଟିଆଙ୍କ ଅଧକ୍ଷତାରେ ପୁରୀ ଚକର୍ତ୍ତୀଥ ରୋଡ଼ ସ୍ଥିତ ସଂସ୍କୃତି ଭବନ ସଭାଗୃହ ପରିସରରେ ନାଚ, ଗୀତ, ଚିତ୍ରାଙ୍କନ, ଏକକ ଅଭିନୟ ସହିତ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯାଇଛି l ଆଜି ସନ୍ଧ୍ୟା ଏବଂ ଆସନ୍ତାକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ମହାଡ଼ମ୍ବରରେ ଆରମ୍ଭ ମହୋତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭାପତି ଗୋପାଳ ଖୁଣ୍ଟିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ