ଗଜପତି ଜିଲ୍ଲାର ତିନି ଦଳର ସଭାପତି ଙ୍କ ମଧ୍ୟରୁ କିଏ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବେ…ବିଜେଡି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଯାର କଲାଣି..
ଗଜପତି ଜିଲ୍ଲାରେ ବିଜେଡି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛି। ଗତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାୟକ ପଦବୀ ବିରୋଧୀ ଦଳ ହାତେଇ ଥିବାରୁ ଚଳିତ ନିର୍ବାଚନରେ ଯେପରି ବିଜେଡି ଦୁଇଟି ଯାକ ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦବୀ ହାତେଇବ ବହୁ ଦିନ ଠାରୁ କସରତ ଆରମ୍ଭ କରିଛି। ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଜିଲ୍ଲାର ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଦଳର ବରିଷ୍ଟ ନେତାଙ୍କ ସହ ଦଳୀୟ କର୍ମୀ ଙ୍କୁ ଧରି ବାରମ୍ବାର ଗସ୍ତ କରି ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ଯେପରି ବିଜେଡି ପ୍ରାର୍ଥୀ ବିଜୟୀ ହେବେ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏବଂ ସେ ପୂର୍ବରୁ
ଆର. ଉଦୟଗିରି ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ କର୍ଯ୍ୟ କରିଛନ୍ତି।ମୁଖ୍ୟମନ୍ତ୍ରୀ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପ୍ରଦାନ କରିଥିବା ଅନୁଦାନ ଗୁଡ଼ିକ ଯେପରି ଠିକ ସମୟରେ ଖର୍ଚ୍ଚ କରି କାର୍ଯ୍ୟ ଗୁଡ଼ିକ ସ୍ଥାନୀୟ ଲୋକଙ୍କ ସେବାରେ ଲାଗିବ ତାହା ବୁଲି ବୁଲି ତଦାରଖ କରିବା ସହ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ସଭାପତି ଆମ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିବା ବେଳେ ଗଜପତି ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନରେ ବାଧ୍ୟ ହୋଇ ବିଜେଡି ଜିଲ୍ଲା ର ଦୁଇଟି ଯାକ ଆସନରେ ବିଜୟୀ ହେବେ ବୋଲି ଦୃଢ ମତ ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଏବଂ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଦାଶରଥି ଗମାଙ୍ଗ ଗୋଟିଏ ଗ୍ରାମର ହୋଇଥିବା ବେଳେ ଚଳିତ ନିର୍ବାଚନରେ କେଉଁ ସଭାପତି ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବେ ତାହା ସାଧାରଣରେ ଆଲୋଚନା ହେଉଥିବା ବେଳେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ
କେ.ନାରାୟଣ ରାଓ କିପରି ରଣକୌଶଳ ପ୍ରୟୋଗ କରି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବେ ଆଗାମୀ ନିର୍ବାଚନ ଫଳାଫଳ ରୁ ଜଣାପଡ଼ିବ। ବିଜେପି ଓ କଂଗ୍ରେସ ଦଳର ସଭାପତି ଦୁଇ ବିଧାୟକ ରହିଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ପ୍ରବଳ ଫାଇଟ୍ ହେବ ବୋଲି ଆଲୋଚନା ହେଉଛି। ଯଦି ତିନି ଦଳ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦୀଅନ୍ତି ତେବେ ନିର୍ବାଚନ ବଡ ଫାଇଟ ହେବ ବୋଲି ଜିଲ୍ଲାରେ ଆଲୋଚନା ହେଉଛି।