April 25, 2026

ମା ସର୍ଵମଙ୍ଗଳା ଙ୍କ ଚୌତ୍ର ଯାତ୍ରା ଆରମ୍ଭ |

fa8a852f-f947-46b0-81dd-f317cf1ffdc5
Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣପୁର ଡେରାସାହି ଠାରେ ଥିବା ସର୍ଵମଙ୍ଗଳା ଦେବୀ ଙ୍କ ମନ୍ଦିରରେ ଚୌତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ଅଷ୍ଟମୀ ଯାଏ ଅର୍ଥାତ 26ରୁ 28 ଯାଏଁ ମା ସର୍ଵମଙ୍ଗଳାଙ୍କ ଚୌତ୍ର ଯାତ୍ରା ଆଡମ୍ବର ଭାବେ ପାଳିତ ହୋଇଛି |ଏହି ବର୍ଷରେ ରାୟଗଡା ଠାରୁ ପୁରୁଷତ୍ତମ ଦଳପତି, ଖଗେଶ୍ୱର ଦଳପତି, ଭୋଳାନାଥ ଦଳପତି ଆସି ମା ଙ୍କ ଘଟଯାତ୍ରା କରିଥିଲେ | ଏଥିସହିତ ଉପଚାର ପୂଜା,ସହସ୍ର ଆରତୀ,ଘୃତ ଯଜ୍ଞ,ଅର୍ଣ୍ଣ ଯଜ୍ଞ ଶୁଭାଶିଷ ପାଣିଗ୍ରାହୀ ଙ୍କ ଦ୍ୱାରା 3ଦିନ ବ୍ୟାପି ମନ୍ଦିରରେ ଅନୁଷ୍ଠିତ ହୋଇଥିଲା |ଏଥିରେ ବହୁମାତ୍ରା ରେ ଭକ୍ତ ବୃନ୍ଦ ଯୋଗଦେଇଥିଲେ |ପୂଜା ପାଇଁ ସାହିର ପ୍ରତେକ ବ୍ୟକ୍ତି ପୂର୍ଣ୍ୟ ମାତ୍ରାରେ ସହଯୋଗ କରିଥିଲେ |