March 10, 2026

ଇନ୍ଦିରା ମେମୋରିଆଲ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ..

IMG-20260127-WA0110
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ଇନ୍ଦିରା ମେମୋରିଆଲ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ ହୋଇଯାଇଛି।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସୁନୀଲ କୁମାର ବିଶୋୟୀ ଯୋଗ ଦେଇଥିଲେ।ଏହି ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନେ ନିଜର ପ୍ରତିଭା ଦେଖାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପଦର୍ଶିତ କରିଥିଲେ।ଏହି ମହାବିଦ୍ୟାଳୟ ଟି କିଭଳି ଭାବେ କେତେ ବାଧା ବିଘ୍ନ ରେ ଗଢ଼ି ଉଠିଛି ତାହା ପୂର୍ବତନ ଯୁକ୍ତ ୨ ର ଅଧ୍ୟକ୍ଷ ଡ଼ଃ.କିଶୋର ଚନ୍ଦ୍ର ସାହୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ।ଆଗକୁ କିଭଳି ଏହି ମହାବିଦ୍ୟାଳୟରେ ଲାଗି ରହିଥିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଦୂର କରାଯିବ ତାହା ବିଧାୟକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟ ପଟେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସୌର ଚାଳିତ ପାଣି ଟାଙ୍କି ବିଦ୍ୟାଳୟ ପରିସର ରେ ନିର୍ମାଣ କରିବା ପାଇଁ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସୁନିଲ କୁମାର ବିଷୋୟୀ ପ୍ରତିଶ୍ରୁତି ଦେଇଥିଲେ।ଯୁକ୍ତ ୩ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ପୂର୍ବତନ ସରପଞ୍ଚ ଜୁରିଆ କାର୍ଜି ଏବଂ କଲେଜ ପରିଚାଳନା କମିଟି ର ପୂର୍ବତନ ସହ ସମ୍ପାଦକ ଦେବଦତ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଏବଂ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।