March 10, 2026

ଜାମିଆଅଲ ହବିବ ରେ 77 ତମ ସାଧାରଣତନ୍ତ୍ର ଦିବସ ପାଳିତ….

IMG-20260127-WA0069
Share

ତିର୍ତ୍ତୋଲ ତା 27/1/2026 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଜାମିଆଅଲ ହବିବ ପରିସରରେ ସତସ୍ତରୀତମ ସାଧାରଣତନ୍ତ୍ର ଦିବସ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଗୁଲାମ ରଵାନୀ ଜାତୀୟପତାକା ଉତ୍ତୋଳନ କରି, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖି ଦେଶମାତୃକା ର ସେବାରେ ଆମେମାନେ ନିଜକୁ ଉତ୍ସର୍ଗ କରିବାପାଇଁ ଆହ୍ୱାନ ଦେଇଥିଲେ l ଅଧ୍ୟକ୍ଷ ବାଦଲ ବିଶ୍ୱାଳ, ଶିକ୍ଷକ ଆସିକ ଖାନ, ଫଇଜାନ ରାଜା, ଆବୁତାହିର ଖାନ ଓ ସ୍ଥାନୀୟ ସମାଜସେଵୀ ଶେଖ ଲତିଫ ଉଦ୍ଦିନ (ମଁl ମା ) ପ୍ରମ୍ମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି, ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ସମବେତ ରାଷ୍ଟ୍ରୀୟସଙ୍ଗୀତ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର