May 20, 2025

ମୁର୍ତ୍ତହାଣ୍ଡି ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା…

Share

 

 

କୋରାପୁଟ(ହରିଶ୍ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ର ମୁର୍ତ୍ତାହାଣ୍ଡି ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସହ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେଇଯାଇଛି।ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସବିତା ନାୟକଙ୍କ ଅଧକ୍ଷତା ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ତ୍ରିପତି ଚାଲାଣ,ସମ୍ମାନନୀୟ ଅତିଥି ରୂପେ ସମିତି ସଭ୍ୟ ଗୁରୁନାଥ ହରିଜନ, ନାଏବ ସରପଞ୍ଚ ସରିତା ସଗୋରିଆ ଏବଂ ମୁଖ୍ୟବକ୍ତା ରୂପେ ସିଆରସିସି ଅକ୍ଷୟ କୁମାର ବଳ ଯୋଗ ଦେଇଥିଲେ।ଉକ୍ତ ବିଦ୍ୟାଳୟ କୋଟପାଡ଼ ବ୍ଲକ ଠାରୁ ୨୫ କି.ମି. ଦୂର ହୋଇଥିବା ବେଳେ ୧୯୫୬ ମସିହା ରେ ପ୍ରାଥମିକ ବିଦ୍ୟାଳୟ ରୂପେ ପ୍ରତିଷ୍ଠିତ ହେଇଥିଲା ପରବର୍ତ୍ତୀ ସମୟରେ ଏମ.ଇ.ସ୍କୁଲ ଏବଂ ୨୦୧୧-୧୨ ରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୂପେ ସ୍ଥାପିତ ହେଇଥିଲା ।ଏହି ଅଞ୍ଚଳ ଏକ ଉପାନ୍ତ ଅଞ୍ଚଳ ରୂପେ ପରିଚିତ ଥିବା ବେଳେ ଆଦିବାସୀ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ସକାଶେ କୋଟପାଡ଼ ସହର ଉପରେ ନିର୍ଭର କରୁଥିଲେ ବର୍ତ୍ତମାନ ନିଜ ଅଞ୍ଚଳରେ ଉଚ୍ଚ ବିଦ୍ୟାଳୟ ରେ ପାଠ ପଡିବା ସହ ଖେଳ କୁଦରେ ସୁନାମ ଅର୍ଜନ କରିଛନ୍ତି କିନ୍ତୁ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା କିମ୍ବା ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉନଥିଲା ବର୍ତ୍ତମାନ କ୍ରୀଡା ପ୍ରତିଯୋଗିତା ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଆଗକୁ ଏହି ବିଦ୍ୟାଳୟ ରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟବକ୍ତା ମତ ପ୍ରକାଶ କରିଥିବା ବେଳେ ମୁଖ୍ୟ ଅତିଥି ବିଦ୍ୟାଳୟ ରେ ଖୁବ ଶୀଘ୍ର ଖେଳ ପଡ଼ିଆ ନିର୍ମାଣ କରିବା ସହ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସକାଶେ ସରକାରଙ୍କ ଦୃଷ୍ଟି ଆକର୍ଶଣ କରିବି ବୋଲି କହିଥିଲେ l ଶେଷରେ ବାର୍ଷିକ କ୍ରୀଡାରେ ବିଜେତା ଉପ ବିଜେତା ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିବା ବେଳେ ଜ଼ିଲ୍ଲା ସ୍ତରୀୟ ଜେଆରସି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଶିକ୍ଷକ ଙ୍କୁ ପୁରସ୍କୁତ କରାଯାଇଥିଲା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।