ଉମରକୋଟରେ ବିଦେଶୀ ମଦ ଦୋକାନ -୨ ର ମନମାନି l ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ……….
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟର ୱାର୍ଡ ନମ୍ବର-୧୨ ରେ ଥିବା ଠିପି ବନ୍ଦ ସରକାରୀ ବିଦେଶୀ ମଦ ଦୋକାନ-୨ର ମନମାନି ଦିନକୁ ଦିନ ବଢି ଚାଲିଛି l ଏମଆରପି ଦର ଠାରୁ ଅଧିକ ଦରରେ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି. ଅବକାରୀ ନିୟମକୁ ଉଲ୍ଲଂଘନ କରି ବିକ୍ରୀ କରାଯାଉଛି ବିଦେଶୀ ମଦ l ଯାହା ପୁଣି ନିର୍ଦ୍ଧାରିତ ମୂଲ୍ୟ ଠାରୁ ଢେର ଅଧିକ ମୂଲ୍ୟରେ l ପ୍ରତି ୧୮୦ ମିଲି ବୋତଲ ପିଛା ୨୦ ଟଙ୍କା,୩୭୫ ମିଲି ପାଇଁ ୪୦ ଟଙ୍କା ଓ ୭୫୦ ମିଲି ପାଇଁ ୭୦ ରୁ ୮୦ ଟଙ୍କା ଲୁଟୁଚନ୍ତି ଦୋକାନୀ l ନିର୍ଦ୍ଧାରିତ ମୂଲ୍ୟ ଦେବାକୁ କହିଲେ ନାଲି ଆଖି ଦେଖେଇ ଦେବାପାଇଁ ମନା କରୁଛନ୍ତି ମଦ ଓ ବିଲ l ଅବକାରୀ ନିୟମରେ ବିଲ ନେବା ଗ୍ରାହକର ଅଧିକାର ଥିବବେଳେ ବିଲ ନଦେଇ ନାଲି ଆଖି ଦେଖେଇବା କେତେ ଯୁକ୍ତି ଯୁକ୍ତ ତାହାର ଉପଯୁକ୍ତ ତଦନ୍ତ ହେଲେ ଜଣାପଡ଼ିବ l ନିୟମାନୁସାରେ ଦୋକାନରେ ଲୋକଙ୍କ ଜାଣିବା ପାଇଁ ଏକ ରେଟ ଚାର୍ଟ ପ୍ରସ୍ତୁତ କରି ରଖିବା କଥା କିନ୍ତୁ କେତେକ ଦୋକାନରେ ତାହା ମଧ୍ୟ କରାଯାଉନାହିଁ।ଫଳରେ ଲୋକେ କେତେ ପରିମାଣର ମଦ ରହିଛି ଓ ରେଟ କେତେ ରହିଛି ଜାଣିପାରୁନାହାନ୍ତି। ଦୋକାନ ଗୁଡିକ ନେଉଥିବା ଅଧିକ ରେଟ କୋଡିଏ ରୁ ତିରିଶ ଟଙ୍କା କୁ ଯଦି ହିସାବ କୁ ନିଆଯାଏ ତେବେ ଦୈନିକ ଦୋକାନ ପିଛା ପାଞ୍ଚ ହଜାରରୁ ଉର୍ଧ୍ଵ ଟଙ୍କା ଓ ମାସକୁ ଦେଢ଼ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଚଢା ଦରରୁ ଲୋକଙ୍କ ଠାରୁ ବେଆଇନ ଭାବେ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରକାଶିତ ହେବ ପରେ ଉମରକୋଟ ଅବକାରୀ ବିଭାଗ ନିୟମ ଉଲଂଘନ କରିଙ୍କ ବିରୁଦ୍ଧରେ କେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।