December 27, 2024

ଉମରକୋଟ ଗୁରୁ କୃପା ଏଜୁକେସନାଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଚାରିଦିନ ବ୍ୟାପି ଚାଲିଥିବା ବାର୍ଷିକ ଉତ୍ସବ “ରିଭେରା ୨୦୨୪” ଆଜି ଉଦଯାପିତ ହୋଇଯାଇଛି…………

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସ୍ଥିତ ଲବ୍ଧପ୍ରତିଷ୍ଠ ଉକ୍ତ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀଙ୍କ ନେତୃତ୍ୱ ଓ ଟ୍ରଷ୍ଟ ସଭ୍ୟ ଶ୍ରୀଯୁକ୍ତ ସଚିନ୍ ଦାସ ଓ ଶ୍ରୀମାନ୍ ଗୁରୁପ୍ରସାଦ ପାଢ଼ୀଙ୍କ ବଳିଷ୍ଠ ମାର୍ଗ ଦର୍ଶନ ତଥା ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨୦.୧୨.୨୦୨୪ ଠାରୁ ୨୩.୧୨.୨୪ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଟ୍ରଷ୍ଟ ଅଧିନରେ ଥିବା ଚାରିଗୋଟି ଶିକ୍ଷା ଅନୁଷ୍ଠାନକୁ ନେଇ ହୋଇଥିବା ବାର୍ଷିକ ଉତ୍ସବରେ ପ୍ରଥମ ଦିବସରେ ବଚପନ୍ ଏ ପ୍ଲେ ସ୍କୁଲ୍ ର ବାର୍ଷିକ ଉତ୍ସବରେ ଡାକ୍ତର ସୁମନ୍ତ ରାଉଳ, ଡାକ୍ତର ସବ୍ୟସାଚ୍ଚୀ ଦାଶ ଏବଂ ଅଧ୍ୟକ୍ଷା ଶ୍ରୀମତୀ ଦୀପା ପାଉଲ୍ ଯୋଗଦେଇଥିବା ବେଳେ କୁନି କୁନି ଛାତ୍ର ଛାତ୍ରୀଙ୍କ ଉଚ୍ଚକୋଟୀର ମଞ୍ଚ ପରିଚାଳନା ବେଶ୍ ଆକର୍ଷଣୀୟ ହୋଇଥିଲା ସେହିପରି ଦ୍ୱିତୀୟ ଦିବସରେ ଗୁରୁକୃପା ପବ୍ଲିକ୍ ସ୍କୁଲ୍ ର ବାର୍ଷିକ ଉତ୍ସବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ମହେଶ୍ଵର ନାୟକ, ପ୍ରାକ୍ତନ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ପାପଡ଼ାହାଣ୍ଡି ସହୀଦ ସ୍ମୃତି କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ମୁନା ତ୍ରିପାଠୀ, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ପତି, ହେଲ୍ପ ଲାଇନ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମଲ୍ଲିକ ଏବଂ ପ୍ରାକ୍ତନ ଟୀକା କରଣ ଅଧିକାରୀ ଶ୍ରୀମତୀ କୁସୁମ ନାହକଙ୍କ ସହ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହୀ ମଞ୍ଚାସୀନ ହୋଇଥିଲେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉତ୍ତମ ପ୍ରେରଣାରେ ଛାତ୍ରଛାତ୍ରୀ ମାନେ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ମଞ୍ଚରେ ପରିଚାଳନା କରି ଥିଲେ ସେହିପରି ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଗୁରୁକୃପା ଭେଷଜ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଡାକ୍ତର ସବ୍ୟସାଚ୍ଚୀ ଦାସ, ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଝାଡ଼େଶ୍ୱର ମହାନ୍ତି, ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ବିଧୂଭୂଷଣ ବେହେରା, ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ତଥା କୋଷାଗୁମୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡ଼ଙ୍ଗୀ, ଶିକ୍ଷାବିତ୍ ଶ୍ରୀଯୁକ୍ତ ଏନ୍.ପାଢ଼ୀଙ୍କ ସମେତ ଅଧ୍ୟକ୍ଷ ଡାକ୍ତର ଦେବୀ ପ୍ରସାଦ କର ଯୋଗଦାନ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ମଞ୍ଜୁଶ୍ରୀ ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀଗଣ ସୂଚାରୁ ରୂପେ ଉପସ୍ଥାପନା କରିଥିଲେ ତତ୍ ସହିତ ଚତୁର୍ଥ ଦିବସ ତଥା ଉଦଯାପନୀ ସମାରୋହରେ ଗୁରୁକୃପା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କରା ଯାଇଥିଲା ଇତ୍ୟବସରରେ ଉଚ୍ଚ ଶିକ୍ଷା ବିଭାଗର ଜୟପୁର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ଗୋପାଳ ହାଲଦାର , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପାଲକା ରବୀନ୍ଦ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀ ସାଗର ମାଝୀଙ୍କ ସହ ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଟହଲ ଏବଂ ଯୁକ୍ତ ତିନି ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ଜୟା ତ୍ରିପାଠୀ ଏବଂ ରାଇଘର ସ୍ଥିତ ଗୁରୁକୃପା ସ୍ନାତକ ମହାିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ପାତ୍ର ଉପସ୍ଥିତ ରହିଥିଲେ। ଛାତ୍ର ଛାତ୍ରୀଙ୍କ ସମେତ ଅଧ୍ୟାପକ ଅମରେଶ ମହାନ୍ତି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ଉପସ୍ଥିତ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ନିଜ ଅନୁଷ୍ଠାନର ବାର୍ଷିକ ବିବରଣୀ ପଠନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଆମନ୍ତ୍ରିତ ଅତିଥିଗଣ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନର ଭୂମିକା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ ସମ୍ପର୍କରେ ଉଦବୋଧନ ପ୍ରଦାନ କରିଥିଲେ ତତ୍ ସହିତ ପ୍ରତିଟି କାର୍ଯ୍ୟକ୍ରମ ଦିବସରେ ମାନ୍ୟ ଅତିଥିଙ୍କ ସହ ଟ୍ରଷ୍ଟ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ,ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ଟ୍ରଷ୍ଟର ଶୈକ୍ଷିକ ମୁଖ୍ୟ ତଥା ଅବସର ପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଡଃ ପଙ୍କଜ ଲୋଚନ ମିଶ୍ର, ଟ୍ରଷ୍ଟର ବରିଷ୍ଠା ମାର୍ଗଦର୍ଶିକା ଶ୍ରୀମତୀ ନଳିନୀ ପାଢ଼ୀ ଏବଂ ବରିଷ୍ଠ ଅବସପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମହାନ୍ତି ଯୋଗଦାନ କରି ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନର ପ୍ରମୁଖ ଉପାଦାନ ଉପରେ ଆଲୋକପାତ କରିଥିଲେ।ଅନୁଷ୍ଠାନର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ଏବଂ ଚଳିତ ଶିକ୍ଷା ବର୍ଷର ପ୍ରତ୍ୟେକ ଶ୍ରେଣୀର ଶ୍ରେଷ୍ଠ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚାରିଦିନ ଧରି ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଇଂ ଚନ୍ଦନା ମଲ୍ଲିକ ସଂଯୋଜନା କରିଥିଲେ। ପରିଶେଷରେ ଟ୍ରଷ୍ଟର ସଦସ୍ୟ ଶ୍ରୀମାନ୍ ଗୁରୁପ୍ରସାଦ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା,ଶିକ୍ଷକ, ଶିକ୍ଷୟତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ ଅବିଭାବକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।