September 21, 2024

“ଘୁମୁସର ର ସ୍ବର” ପକ୍ଷରୁ ୧୩୨ତମ ପୁର୍ଣ୍ଣିମା ସାହିତ୍ୟ ଆସର…

Share


ବୁଗୁଡା :  ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ନିକଟସ୍ଥ କରଚୁଲି ଗ୍ରାମର ବ୍ଯାଘ୍ରାମ୍ବରୀ ମଠ ପରିସରରେ ୧୩୨ତମ ପୂର୍ଣ୍ଣିମା ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କାଳରେ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ରାମ ଉପାସନା” ଶୀର୍ଷକ ଉପରେ ବ୍ଯାପକ ଆଲୋଚନା କରାଯାଇଥିଲା । ଏଥିରେ ବରିଷ୍ଠ ସାହିତ୍ୟିକ ଅନନ୍ତ କର , ବ୍ରଜ କିଶୋର ପାଢ଼ୀ , ସ୍ବାମୀ ସତ୍ୟାନନ୍ଦ ଗିରି , କୃଷ୍ଣଚନ୍ଦ୍ର ଡାକୁଆ , ସୁରେନ୍ଦ୍ର ପ୍ରଧାନ , ସୁରେଶ ଚନ୍ଦ୍ର ପାଢ଼ୀ , ଖଲି ପରିଡ଼ା , ରମେଶ ଚନ୍ଦ୍ର ଆଲଟିଆ , ହୁର୍ଷିକେଶ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏଥି ସହ ପରବର୍ତ୍ତୀ ପର୍ଯ୍ୟାୟରେ କବିତା ପାଠଚକ୍ର ଓ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଭୋଳାନାଥ ନାହାକ ଭଞ୍ଜ ସଙ୍ଗୀତ ପରିବେଷଣ ସହ ଧନ୍ଯବାଦ ଅର୍ପଣ କରିଥିଲେ ।