ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ମିସନ୍ ଶକ୍ତି କାଫେ ଉଦ୍ଘାଟିତ

ଛତ୍ରପୁର ତା ୨୬/୧୧/୨୫ (ଅରୁଣ କୁମାର ପଣ୍ଡା) ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ସଂପର୍କୀୟଙ୍କ ପାଇଁ ମିସନ୍ ଶକ୍ତି କାଫେ ଉଦ୍ଘାଟିତ ହୋଇଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ଡାକ୍ତରଖାନାର ଅଧୀକ୍ଷିକ ଡାକ୍ତର ଅଲେଖ ପ୍ରଧାନ, ହସ୍ପିଟାଲ ମ୍ୟାନେଜର ଗଣେଶ ନାହାକ, ମିସନ୍ ଶକ୍ତିର ଜିଲ୍ଲା ସଂଯୋଜକ ଜୟକୃଷ୍ଣ ମହାପାତ୍ର, ବ୍ଲକ୍ ସଂଯୋଜିକା ସୀତା ବରାଳ, ଓଡ଼ିଶା ଜୀବିକା ମିସନର ବ୍ଲକ୍ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ବିଏଲଏଫ ସଭାନେତ୍ରୀ ବିଦ୍ୟୁତ୍ ପ୍ରଭା ଦାଶ, କାଫେ ଦାୟିତ୍ଵରେ ଥିବା ଭୁବନେଶ୍ଵରୀ ଏସଏଚଜି ଗ୍ରୁପର ସଭାନେତ୍ରୀ ଜି.ମୀନାକ୍ଷୀ, ସମ୍ପାଦିକା ଅନୀତା ଚୌଧୁରୀ, ଶୈଳବାଳା ରଥ, ପୂର୍ବତନ ସମିତିସଭ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ ଓ ଯୁବନେତା ବନୋଜ ନାହାକଙ୍କ ସମେତ ବହୁ ମହିଳା ଏବଂ ହସ୍ପିଟାଲର କର୍ମଚାରୀମାନେ ଉପସ୍ଥିତ ଥିଲେ ।
