ଜାତୀୟ ସ୍ତରରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ କ୍ରୀଡାବିତ୍ ଙ୍କ କୃତିତ୍ୱ..
ଚଳିତ ବର୍ଷ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନଦିନ ଧରି ଉତ୍ତରପ୍ରଦେଶ ର ବରେଲି ସ୍ଥିତ ସ୍ପୋର୍ଟସ ଷ୍ଟାଡିୟମ୍ ର ଇଣ୍ଡୋର୍ ହଲ୍ ଠାରେ ୪୧ତମ ସିନିୟର୍ ଓ ଅଷ୍ଟମ ତମ କ୍ୟାଡେଟ କିରୋଗୀ ଓ ପୁମ୍-ସେ ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗର ଟାଏକୋଣ୍ଡୋ ଫେଡରେଶନ ଅଫ ଇଣ୍ଡିଆ ର ଅନୁକୁଲ୍ୟ ରେ ଆୟୋଜିତ ହୋଇଥିଲା।
ଏହି ଜାତୀୟ ସ୍ତରରେ ପ୍ରତିଯୋଗିତା ରେ ସର୍ବ ଭାରତୀୟ ସ୍ତରରୁ ସର୍ବ ମୋଟ ୧୯ ରାଜ୍ୟ ରୁ ପ୍ରାୟ ୮୦୦ ରୁ ଉର୍ଦ୍ଧ କ୍ରୀଡାବିତ୍ ମାନେ ଅଂଶ ଗ୍ରହଣ କରିଥିଲେ।
ଓଡ଼ିଶା ରାଜ୍ୟ ରୁ ପ୍ରାୟ ୪୦ ରୁ ଉର୍ଦ୍ଧ ବାଳକ ବାଳିକା ଏହି ପ୍ରତିଯୋଗିତା ରେ ଅଂଶ କରି, ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରିଥିବା ସମୟରେ, ପୁରୀ, ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନେ ଦୁଇଗୋଟି ସ୍ଵର୍ଣ୍ଣ ଓ ଦୁଇଗୋଟି ରୌପ୍ୟ ପଦକ ହାସଲ କରିଥିଲେ।
ତନ୍ମଧ୍ୟରୁ କ୍ୟାଡେଟ ପେୟାର ପୁମ୍-ସେ ଇଭେଣ୍ଟ ରେ ସାଇ କ୍ରିଷ୍ଣା ସ୍ୱାଇଁ ଓ ଲକ୍ଷ୍ମୀପ୍ରିୟା ମୁଣ୍ଡା ଦୁଇଗୋଟି ସ୍ଵର୍ଣ୍ଣ , କ୍ୟାଡେଟ ଫିମେଲ ଟିମ୍ ପୁମ୍-ସେ ଇଭେଣ୍ଟ ରେ ସୁଶ୍ରୀ ସମର୍ପିତା ପୃଷ୍ଟି ଓ ଲକ୍ଷ୍ମୀ ପ୍ରିୟା ମୁଣ୍ଡା ଦୁଇଗୋଟି ରୌପ୍ୟ ଓ କ୍ୟାଡେଟ ଫିମେଲ ଇଣ୍ଡିଭିଜୁଆଲ ପୁମ୍-ସେ ରେ ଗୋଟିଏ ରୌପ୍ୟ ପଦକ ହାସଲ କରି, ନିଜ ଜିଲ୍ଲା ଓ ଏକାଡେମୀ ପାଇଁ ଗୌରବ ଅର୍ଜନ କରିଛନ୍ତି।
ଏକାଡେମୀ ର କ୍ରୀଡାବିତ୍ ମାନଙ୍କ କୃତିତ୍ୱ ପ୍ରତି ସୁଖ ପ୍ରକାଶ କରି ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ଓ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ଅନେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
