October 5, 2024

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗଂଜେଇ ଜବତ ୨ ଗିରଫ

Share

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗଂଜେଇ ଜବତ ୨ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପାଖାପାଖି ୨୧କେଜି ଗଞେଇ ଧରିବାରେ ସଫଳ ହୋଇଛି । ଆଜି ବିନିକା ବ୍ଲକ ଅଚଂଳର କରତଙ୍ଗ ଛକରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଛତିଶଗଡ ନମ୍ବର ଥିବା ଗାଡିକୁ ଅଟକାଇ ଥିଲା ଅବକାରୀ ବିଭାଗ । ଗାଡିକୁ ଚେକିଙ୍ଗ କରିବା ବେଳେ ସେଥିରେ ଦୁଟି ବସ୍ତାରେ ପାଖାପାଖି ୨୧କେଜି ଗଞେଇ ମିଳିଥିଲା । ଏହି ଗାଡିରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବସିଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ । ସେମାନଙ୍କ ଠାରୁ ଏକ ଧଳା ଚାରୀ ଚକିଆ ଗାଡି , ୨୧କେଜି ଗଞେଇ ଜବତ କରିବା ସହିତ ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେମାନେ ଦୁଇଜଣ ହେଲେ ମଧ୍ୟପ୍ରଦେଶ ରାଜ୍ୟର ଅନିଲ ସୋନି ଓ ରଜନିତ ସୋନି ବୋଲି ଜଣାପଡିଛି । ସେମାନଙ୍କୁ ଆଜି କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଆରକ୍ଷୀ ଅଧିକ୍ଷୀକା ।