ପରଲୋକ ରେ ବରିଷ୍ଠ କଂଗ୍ରେସ ନେତା ଲବ କିଶୋର ବିଶୋଇ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢା ମଣା ହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଶୁଣ୍ଡି ଧାରଗୁଡ଼ି ଗ୍ରାମର ଲବ କିଶୋର ବିଶୋଇ ଙ୍କ ରବିବାର ସନ୍ଧ୍ୟା ରେ ତାଙ୍କ ବାସଭଵନ ରେ ବିୟୋଗ ହୋଇଥିବା ଜଣାଯାଇଛି. ସେ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ. ସ୍ବର୍ଗତ ବିଶୋଇ ଢା ମଣା ହାଣ୍ଡି ପଞ୍ଚଯାୟତ ସରପଞ୍ଚ ଏବଂ ଜ଼ିଲ୍ଲା ପରିଷଦ ସଭ୍ୟ କଂଗ୍ରେସ ଦଳ ପକ୍ଷ ରୁ ରହି ଥିଲେ. ମୃତ୍ୟୁ ବେଳକୁ 75ବର୍ଷ ବୟସ ହୋଇଥିଲା. କଂଗ୍ରେସ ଦଳ ରେ ଦୀର୍ଘ 45ବର୍ଷ ରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ପଦ ପଦଵୀ ରେ ରହି କାର୍ଯ୍ୟ କରି ଆସୁଥିବା ଦଳୀୟ ସୂତ୍ରରୁ ଜଣା ଯାଇଛି. ରବିବାର ସନ୍ଧ୍ୟା ରେ ବହୁ ଗୁରୁତର ହୋଇପଡ଼ିଥିଲେ ଲବ ସଙ୍ଗେ ସଙ୍ଗେ ଉମେଶ ଚନ୍ଦ୍ର ବ୍ରହ୍ମା ଏବଂ ବୁଲୁ ବ୍ରହ୍ମା ତାଙ୍କ ବାସ ଭଵନ କୁ ଯାଇ ପହଞ୍ଚିଥିଲେ. ପରେ ତୁଳିସୀ ପତ୍ର ଗଙ୍ଗା ଜଳ ଦବା ମାତ୍ରେ ପ୍ରାଣ ବାୟୁ ଚାଲି ଯାଇଥିବା ପରିବାର ଲୋକେ ସୂଚନା ପ୍ରଦାନ କରି ଛନ୍ତି. ଖବର ପ୍ରସାର ହବା ପରେ ପୂର୍ବତନ ନଗର କଂଗ୍ରେସ କମିଟି ସଭା ପତି ବାପୁନ ତ୍ରିପାଠୀ. ପୌରାଧକ୍ଷ ସଙ୍କର ରାଓ. ପୂର୍ବତନ କାଉନ ସିଲର ଦେବୀ ନାଇକ. ନରେନ୍ଦ୍ର ମାଝୀ. ମନୋଜ ବିଶୋଇ. ଯୁବକଂଗ୍ରେସ ନେତା କାଳୀକୃଷ ହୋତା. ଜ଼ିଲ୍ଲା ଭତରା ବିକାଶ ସଭା ପତି ନୀଳକଣ୍ଠ ପୂଜାରୀ କୃଷକ ସମାଜ ସଭାପତି ଶୁକ୍ରିୟା ପ୍ରଧାନ. ସୁରେନ୍ଦ୍ର ଜେନା. ଶିବ ପଟ୍ଟନାୟକ. ଜ଼ିଲ୍ଲା ଭତରା ବିକାଶ ସଭା ପତି ନୀଳକଣ୍ଠ ପୂଜାରୀ,ସୁନ୍ଦରଲାଲ ବିଶୋଇ. ମନହର ବିଶୋଇ. ମୋହନଲାଲ ବିଶୋଇ ଙ୍କ ସମେତ ଛତିଶ ଗଡ଼. ମଧ୍ୟ ପ୍ରଦେଶ ଏବଂ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ର ବହୁ ବନ୍ଧୁ ଓ ପରିବାର ଏବଂ ସମାଜ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶୋକ ସୋନ୍ତପ୍ତ ପରିବାର କୁ ସମବେଦନା ଜଣେଇ ଫେରି ଥିବା ଜଣାଯାଇଛି I ପୁତ୍ର ଲମ୍ବୁ ଧର ବିଶୋଇ ମୁଖାଗ୍ନି ଦେଇ ଥିଲେ. ମୃତ୍ୟୁ ସଜ୍ୟା ନିକଟରେ ସ୍ତ୍ରୀ. ପୁତ୍ର ବଧୁ ଝିଅ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ. ସ୍ବର୍ଗତ ବିଶୋଇ ବିଗତ ସାଧାରଣ ନିର୍ବାଚନ ରେ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା