ନାରୀ ହିଂସା ପ୍ରତିବାଦ ରେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ଦ୍ୱାରା ଶୋଭାଯାତ୍ରା
ରାୟଗଡା : ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଏନ ଏସ ଏସ ଏନ ସି ସି, ୱାଇଆରଏସ,ମହିଳା ସେଲ ଓ ଆଇଏସଏସଏଚ ଭଳି ବିଭିନ୍ନ ଶାଖାର ଛାତ୍ର ଛାତ୍ରୀଙ୍କ ତତ୍ୱାବଧାନ ରେ ଏକ ବିରାଟ ଶୋଭାଯାତ୍ରା ରାୟଗଡା କଲେଜ ପସରିସର ରୁ ବାହାରି ରାୟଗଡା ସହର ପରିକ୍ରମା କରିଥିଲା l ଏହି ଶୋଭାଯାତ୍ରା ରେ ଛାତ୍ରୀ ଛାତ୍ର ମାନେ ହାତରେ ପ୍ଳାଗକାର୍ଡ ଧରି ଦେଶରେ ଚାଲିଥିବା ନାରୀ ହିଂସା ବିରୋଧ ରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିବସହିତ ନାରୀ ପ୍ରତି ହିଂସା ବନ୍ଦ କର ଓ ନାରୀ କୁ ସୁରକ୍ଷା ଓ ନ୍ୟାୟ ଦରକାର ଏହିପରି ନାରା ଦେଇ ସମାଜ କୁ ସଚେତନା କରାଇବାର ଏକ ମଜବୁତ ପ୍ରୟାସ କରିଥିଲେ l ଶୋଭାଯାତ୍ରା ଶେଷରେ କଲେଜ ଅଧକ୍ଷା ଡ଼କ୍ଟର ବବିଳତା ଶରଫ ଦେଶରେ ଓ ଆଧୁନିକ ସମାଜରେ ଚାଲୁଥିବା ନାରୀ ହିଂସା ଓ ଅତ୍ୟାଚାର ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସତର୍କ ରହି ଏକ ସମତା ଓ ନ୍ୟାୟଭୀତିକ ସାମାଜିକ ସଚେତନତା ସୃଷ୍ଟି କରିବା ଲାଗି ନିଜ ଉଦବୋଧନ ରେ କହିଥିଲେ l ଠିକ ସେହିପରି କଲେଜ ମହିଳା ସେଲ ର ଅବାହିକା ଡ଼କ୍ଟର ସରସ୍ବତୀ ରାୟ ନାରୀ ସୁରକ୍ଷା ଉପରେ ବ୍ୟାଖ୍ୟା କରିବା ସହିତ ସମାଜର ସବୁବର୍ଗ ଜନସାଧାରଣ ସାମୁହିକ ଭାବେ ସଂଗଠିତ ହେବାକୁ ଉଦବୋଧନ ଦେଇଥିଲେ l ଏହି ଶୋଭାଯାତ୍ରା ଓ ସଚେତନ ଶିବିର ରେ କଲେଜ ର ଅଧ୍ୟାପକ ଅଧ୍ୟାପିକା ମଧ୍ୟରେ ପୂଜା, ପଟ୍ଟନାୟକ, କେଶବ ଜାନି, ମୋନାଲିସା ପାଣିଗ୍ରାହୀ, ଦମୟନ୍ତୀ ନାଗ,ଡ଼କ୍ଟର ମାନସୀ ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ଲେଫ୍ଟନାଣ୍ଟ ଉଦୟ ନାୟକ, ଏ ଶ୍ରୀନିବାସ, ଭଗବାନ ବିଶ୍ୱାଳ, ସୁଶ୍ରୀ ସଂଗୀତା ବାଉରୀ ଙ୍କ ସମତେ ଅନ୍ୟ ମାନେ ଉପସ୍ଥିତ ରହି ଛାତ୍ରୀ ଛାତ୍ର ଙ୍କୁ ପ୍ରୋତ୍ସାହିତ କରିଥିଲେ l ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ନିମନ୍ତେ ରାୟଗଡା ପୋଲିସ ସହଯୋଗ କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ