ପୁରାତନ ଛାତ୍ରଙ୍କ ପଢ଼ୁଥିବା ବିଦ୍ୟାଳୟକୁ ଅବଦାନ..
ବୋଲଗଡ଼,୨୬/୦୭(ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଶଙ୍କରପୁର ବିଦ୍ୟାଳୟରେ ୧୯୬୪ ମସିହାରେ ପାଠ ପଢ଼ୁଥିବା ସେତେବେଳର ଛାତ୍ର ପ୍ରଫୁଲ୍ଲ କୁମାର ସାହୁ ବର୍ତ୍ତମାନର ସେ ବ୍ରିଗେଡ଼ୀୟର ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ସ୍କୁଲର ଅଭାବ ପୂରଣ ପାଇଁ ପଢ଼ୁଥିବା ୧୮୦ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୭୦ ଯୋଡ଼ା ବେଞ୍ଚ ଓ ଟେବୁଲ ଏବଂ ବର୍ତ୍ତମାନର ଆଧୁନିକ ଯୁଗର ଶିକ୍ଷାଦାନ ର ଉର୍ନ୍ନତି ପାଇଁ ଗୋଟିଏ ସ୍ମାର୍ଟ ଟେଲିଭିଜନ ଏବଂ ବିଦ୍ୟାଳୟ କୁ ଅନେକ ମୂଲ୍ୟବାନ ବୃକ୍ଷ ତଥା ନଡ଼ିଆ ଗଛ ଆଦି ଦାନ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ,ଆରିକମା ଗ୍ରାମପଂଚାୟତର ସରପଞ୍ଚ ପ୍ରମୋଦ କୁମାର ରାଉତରାୟ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟ ନାରାୟଣ ମହାପାତ୍ର ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ଦାସ ପ୍ରମୁଖ ଯୋଗଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ପରିଶେଷରେ ଅଞ୍ଜନ କୁମାର ଜୟସିଂହ ସମସ୍ତ ଅତିଥିମାନଙ୍କୁ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ I
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
