March 10, 2026

କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ,ପୁରୀଠାରେ ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ..

IMG-20250726-WA0045
Share

ଆଜି ପୁରୀ କୋଣାର୍କ ବେଳାଭୂମି ମାର୍ଗ ସ୍ଥିତ କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ, ପୁରୀ ଓ ଏସ ଏସ ଏସ ଭି ସଲ୍ୟୁସନ ସହଯୋଗୀତାରେ ଅରୋବିନ୍ଦ ଫାର୍ମା ଲିଃ. ଔଷଧ ପ୍ରସ୍ତୁତକାରୀ କମ୍ପାନୀ ନିମନ୍ତେ କଲେଜ ପରିସରରେ ଅଧକ୍ଷ ପ୍ରଫେସର ଡ଼ଃ. ଅମୀୟକାନ୍ତ ମିଶ୍ରଙ୍କ ଅଧକ୍ଷତାରେ ଏକ ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା l ଏହି ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ପୂର୍ବରୁ କଲେଜର ଅଧକ୍ଷ ପ୍ରଫେସର ଡ଼ଃ. ଅମୀୟକାନ୍ତ ମିଶ୍ର, ନିର୍ଦେଶକ ଡ଼ଃ. ସନ୍ତୋଷ କୁମାର ମହାପାତ୍ର ଓ ଏସ ଏସ ଏସ ଭି ସଲ୍ୟୁସନ ମୁଖ୍ୟ ପରିଚାଳକ ଟି ଭି ଏସ ସ୍ୱରୂପ ଓ ମାନବ ସମ୍ବଳ ବିଭାଗର ମୁଖ୍ୟ ବିଶ୍ୱଜିତ ଦାସ, ମାନବସମ୍ବଳ ବିଭାଗର ମୁଖ୍ୟ ପ୍ରବନ୍ଧକ କେ ପ୍ରଭାକର ଓ ଅରୋବିନ୍ଦ ଫାର୍ମାର ଉପସଭାପତି ଗୌରୀଶଙ୍କର ଟି ଙ୍କ ଉପସ୍ଥିତି ରେ ଏକ ପ୍ରାରମ୍ଭିକ ସଭାର ଆୟୋଜନ କରାଯିବା ସହିତ ଉପସ୍ଥିତ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ କଲେଜର ଅଧକ୍ଷ ଡ଼ଃ. ଅମୀୟକାନ୍ତ ମିଶ୍ର କଲେଜ ବିଷୟରେ ସବିଶେଷ ବିବରଣୀ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ ଏବଂ କଲେଜ ରେ ପଢ଼ୁଥିବା ଫାର୍ମାସୀ ଛାତ୍ରଛାତ୍ରୀ ମାନଙ୍କ ଶତକଡା ୧୦୦ଭାଗ ନିଯୁକ୍ତିକୁ ନଜରରେ ରଖି ବିଭିନ୍ନ ଫାର୍ମା କମ୍ପାନୀ ମାନଙ୍କ ସହିତ ମିଶି ବର୍ଷସାରା ଏହିଭଳି ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ବୋଲି ସେ ତାଙ୍କର ବକ୍ତବ୍ୟ ରେ କହିଥିଲେ l ଉପସ୍ଥିତ ସମସ୍ତ ଆଶାୟୀ ପ୍ରାର୍ଥୀ ଚାକିରୀ କ୍ଷେତ୍ରରେ ନିଜକୁ ଦୃଢ ପ୍ରତିଷ୍ଠିତ କରିବାକୁ ହେଲେ ନିଜ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବାକୁ ହେବ ବୋଲି କଲେଜର ନିର୍ଦେଶକ ପ୍ରଫେସର ଡ଼ଃ. ପ୍ରଫେସର ସନ୍ତୋଷ କୁମାର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ l ନିଯୁକ୍ତକାରୀ ସଂସ୍ଥା ଦ୍ୱାରା କମ୍ପାନୀ ବିଷୟରେ ସମ୍ୟକ ବିବରଣୀ ଦେବାପରେ ଏକ ଲିଖିତ ନିଯୁକ୍ତି ପରୀକ୍ଷା ଆରମ୍ଭ କରାଯାଇଥିଲା l ଏହି ଲିଖିତ ନିଯୁକ୍ତି ସାକ୍ଷାତକାରରେ ନିଜ କଲେଜ ଏବଂ ବାହାର ବିଭିନ୍ନ କଲେଜର ବହୁତ ଛାତ୍ରଛାତ୍ରୀ ଯୋଗଦେଇଥିଲେ ଏବଂ ତନ୍ମଧ୍ୟରୁ ୪୨ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇ ଉକ୍ତ ଔଷଧ ପ୍ରସ୍ତୁତକାରି ସଂସ୍ଥାରେ ନିଯୁକ୍ତିର ସୁଯୋଗ ପାଇଥିଲେ l ଏହି ନିଯୁକ୍ତି ସାକ୍ଷତକାରକୁ କଲେଜର ଅଧ୍ୟାପିକା ସୁନିତା ମିଶ୍ର, ସଂଚୟିତା ମଣ୍ଡଳ, ଅଧ୍ୟାପକ ଜସ୍ୱସୀ ରାୟ, ଅସିତ କୁମାର ଷଡ଼ଙ୍ଗୀ, ତୃପ୍ତି ରଞ୍ଜନ ପାଢ଼ୀ ଓ ବିଶ୍ୱଜିତ ପାଇକରାୟ ପ୍ରମୁଖ ପରିଚାଳନା କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ