March 10, 2026

ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭଗ୍ନ ଅବସ୍ଥାରେ ଥିବା ପରିତ୍ୟକ୍ତ କୋଠରୀ ଗୁଡ଼ିକୁ ନଷ୍ଟ କରିବା ନିମନ୍ତେ ଦାବୀ ..

IMG-20250726-WA0010
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଭଗ୍ନ ଅବସ୍ଥାରେ ଦୀର୍ଘ ବର୍ଷ ବର୍ଷ ଧରି ରହିଥିବା କୋଠରୀ ଗୁଡ଼ିକୁ ଭାଙ୍ଗି ନଷ୍ଟ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି। ପ୍ରତି ଦିନ ଅଞ୍ଚଳ ବାସୀ ପଞ୍ଚାୟତ କାର୍ଯ୍ୟାଳୟ କୁ ନିଜ ନିଜ କାର୍ଯ୍ୟରେ ପଞ୍ଚାୟତ କୁ ଯାଇ ଥାଆନ୍ତି। କିନ୍ତୁ ଦୀର୍ଘ ବର୍ଷ ହେଲାଣି ପଞ୍ଚାୟତ ପରିସର ମଧ୍ୟରେ ଭଗ୍ନ ଅବସ୍ଥାରେ ଥିବା ଟିଣ ଛପର ଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। କେତେବେଳେ କାହାର ଯେ ଅଘଟଣ ଘଟିବ ତାହା ପୂର୍ବରୁ ପଞ୍ଚାୟତ ଅଧିକାରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।