ଭିଜିଲାନ୍ସ ଦ୍ବାରା ଧାରା ପଡ଼ିଲେ ଡେପୁଟି ରେଞ୍ଜର ..

ଜୟପୁର ବନଖଣ୍ଡ ର ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନେପାକ ଇନ୍ ଚାର୍ଜ ରେଞ୍ଜର ଭାବେ ଦାୟିତ୍ୱ ତୁଲାଉ ଥିଲେ।ଆସନ୍ତା ଡିସେମ୍ବର ମାସରେ ଚାକିରୀ ରୁ ଅବସର ନେଇ ଥାନ୍ତେ।ସେଥିପାଇଁ ଘରକୁ ସଜାଇବାରେ ଲାଗି ପଡ଼ିଥିଲେ। ବିପୁଳ ପରିମାଣ ର ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଭିଜିଲାନ୍ସ ହାତରେ ଲାଗିଥିଲା ସୂଚନା।ଧରା ପଡିଲେ ବିଡା ବିଡା ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ ସହ ୪ ଟି ସୁନା ବିସ୍କୁଟ ୨୬ ଗୋଟି ସୁନା କଏନ୍ ଓ ସୁନା ର ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ।ପ୍ରାୟ ୧୦୦ ଗ୍ରାମ ଲେଖାଏଁ ଓଜନ ଥିବା ୪ ଟି ସୁନା ବିସ୍କୁଟ ଓ ୧୬ ଟି ସୁନା
କଏନ୍ ସହ ସୁନା ର ଚୁଡ଼ି, ହାର, ମାଳି ଓ ଅନ୍ୟ ଗହଣା ଗୁଡିକୁ ଜବତ କରିଛି ଭିଜିଲାନ୍ସ।
କୋରାପୁଟ ରୁ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ
